ଆଦ୍ୟାଶକ୍ତି ନାରୀ ସଂଗଠନର ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ମହିଳା ଦିବସ ସଭାପତି ମାଳତୀ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମିନତୀ ଗୁରୁ ମୁଖ୍ୟବକ୍ତା ଓ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଆରତୀ ତ୍ରିିପାଠି ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ସମାଜର ଅଗ୍ରଗତି, ସଶକ୍ତିକରଣ, ନାରୀ ନାଗରଣ ଓ ନାରୀ ଏକତା ଉପରେ ଗୁରୁତ୍ୱ ଦେଇଥିଲେ । ଅନୁଷ୍ଠାନର ସଂପାଦକ ମଦନ ମହୋନ ରଥ ଓ ଡ. ପ୍ରେମଚାନ୍ଦ ମହାନ୍ତି ନାରୀ ସଂଗଠନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସଭାସ୍ଥଳରେ ରାଜଶ୍ରୀ ତ୍ରିପାଠୀ କୁଇଜ ପରିଚାଳନା କରିଥିଲେ । ପୂର୍ବରୁ ହୋଇଯାଇଥିବା ମ୍ୟାଜିକ ଚେୟାର ଓ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱଧାର ଆଦର୍ଶ ଗୃହରେ ଦୀର୍ଘ ବର୍ଷର ସେବା ପାଇଁ ଦିବ୍ୟାଶ୍ରୀ ଗଡୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସଂପାଦିକା କସ୍ତୁରୀ ରଥ ପରିଚାଳନା କରିଥିବା ବେଳେ କୁମୁଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଆରତି ମିଶ୍ର, କୁମୋଦିନୀ ପୃଷ୍ଠି, ରଶ୍ମି ପାତ୍ର, ନିହାରିକା ମିଶ୍ର, ସଂଯୁକ୍ତା ମିଶ୍ର, ବିଣାପାଣୀ ଆଚାର୍ଯ୍ୟ, କୁସୁମ ଶତପଥି, ସଂଗୀତା ମିଶ୍ର, ଦିପ୍ତୀମୟୀ ମିଶ୍ର ଓ ଡା. ସନ୍ଧ୍ୟାରାଣୀ ପଣ୍ଡା ।

Leave A Reply

Your email address will not be published.