oom

ଅଖିଳ ଭାରତୀୟ ମାଲୟାଲୀ ସଂଘ ପକ୍ଷରୁ, ମହିଳା ଡାକ୍ତରମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ହୋଟେଲ ଲୀଳା ଠାରେ,ଅଖିଳ ଭାରତୀୟ ମାଲୟାଲୀ ସଂଘ ପକ୍ଷରୁ ଡାକ୍ତରମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ଜିଲ୍ଲା ଗ୍ରେସି ଡେଭିଡ୍‌ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଡାକ୍ତର ଯଥା ମହିଳା ରୋଗ ବିଶେଷଜ୍ଞ ଡା ପୂର୍ଣ୍ଣିମା ଦତ୍ତ, ଦନ୍ତ ରୋଗ ବିଶେଷଜ୍ଞା ଡା ପୂଜା ପତି, ଡାକ୍ତର ନିମିଶାମ ଡାକ୍ତର ଉଷା ନାୟକ ପ୍ରମୁଖ ମହିଳା ଡାକ୍ତରମାନେ ଯୋଗଦେଇ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଲୟାଲି ସଂଘର ଆର୍‌ ଏ ଅମ୍ବୁଜାକାକ୍ଷ ନାୟାର, ବ୍ରିଜେଶ ନାୟାରଙ୍କ ସମେତ ଜୟା ମେନନ, ଆମ୍ବିଲି ନୟାର, ସୁମା ମୋହନ, ସୁନିତା ଶ୍ରୀନିବାସନ ଭାର୍ଗବୀ, ଗାୟାତ୍ରୀ କୃପା, ମଞ୍ଜୁ ମଧୁସୂଦନ, ସାଜି ସୁନୀଲ, ରଶ୍ମି ଭାସ୍କରନ, ଆଶା ବାଲାନ, ଜୁଲି ଡେଭିଡ, ଶ୍ରୀ କଳା ନୟାର, ଗିରିଜା ଦେବୀ, ଗୀତ କୁମାରୀ ପ୍ରମୁଖ ମହିଳା ସଦସ୍ୟାମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.