ପୁରୁଷ, ମହିଳା ଏବଂ ଭେଟେରାନ୍‌ ବର୍ଗରେ ଆଜି ହେବ ଫାଇନାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାରିଦିନ ବ୍ୟାପି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟାନ୍‌ସିପ୍‌ ଆଜି ତୃତୀୟ ଦିନରେ ପହଞ୍ଜିଛି । ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୪ଟି କୋର୍ଟରେ ପ୍ରାୟ ୭୦ରୁ ଅଧିକ ମ୍ୟାଚ୍‌ ସମ୍ପୂର୍ଣ୍ଣ ହୋଇସାରିଥିବା ଖବର ହସ୍ତଗତ ହୋଇଛି । ଆଜି ଅନୁଷ୍ଠିତ ୧୭ ବୟସ ବର୍ଗ ସିଙ୍ଗଲ ବାଳିକା ଫାଇନାଲ୍‌ରେ ସଂପଦା ମହାନ୍ତି ଚାମ୍ପିୟାନ୍‌ ଓ ଦୟା ପଟେଲ ରନର୍ସଅଫ୍‌ ହୋଇଥିଲେ । ଠିକ୍‌ ସେହିପରି ୯ ବୟସ ବର୍ଗ ସିଙ୍ଗଲ ବାଳକ ବିଭାଗରେ ସମର ପାଢି ଚାମ୍ପିୟାନ୍‌ ଓ ଅର୍ଣ୍ଣବ ସାହୁ ରନର୍ସଅଫ୍‌ ହୋଇଛନ୍ତି । ୧୧ ବୟସ ବର୍ଗ ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଓ ଆଦ୍ୟାସ ଅଚାର୍ଯ୍ୟ, ମହିଳା ସିଙ୍ଗଲ ସିନିୟରରେ ସଂପଦା ମହାନ୍ତି ଓ ଦୟା ପଟେଲ, ୧୯ ବୟସ ବର୍ଗ ବାଳକ ସିଙ୍ଗଲରେ ଜୟସ୍‌ ଅଗ୍ରୱାଲ ଓ ଶ୍ରେୟାଂଶ କେଜେରିୱାଲକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହି ଚାମ୍ପିୟାନ୍‌ସିପ୍‌ରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ, ତୁଷୁରା, କଣ୍ଟାବାଞ୍ଜି, ଟିଟିଲାଗଡ ସହ ଅନ୍ୟାନ୍ୟ ଅଂଚଳର ବିଭିନ୍ନ ବୟସ ବର୍ଗର ପ୍ରାୟତଃ ୩୦୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଭୟ ବାଳକ, ବାଳିକା ସବ୍‌ଜୁନିୟର, ଜୁନିୟର, ପୁରୁଷ ଓ ମହିଳାଙ୍କ ସମେତ ଭେଟେରାନ୍‌ ବୟସ ବର୍ଗରେ ସିଙ୍ଗଲ ଓ ଡବଲ୍ସ ଚାମ୍ପିୟାନ୍‌ସିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଚାମ୍ପିୟାନ୍‌ସିପ୍‌କୁ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ସୁଧିର ପଣ୍ଡା, ସନ୍ଦିପ ସାହାଣି, ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚାମ୍ପିୟାନ୍‌ସିପ୍‌କୁ ସମୁଦାୟ ୧୨ ଜଣ ଅଫିସିଆଲ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଶୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସୌରଭ ପ୍ରଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଲ, କବି ଠାକୁର, କାହ୍ନୁଲାଲ, ଆକ୍ରମ ଖାନଙ୍କ ସହ ଚିପ୍‌ ରେଫରି ହେମନ୍ତ ପ୍ରଧାନ, ଡେପୁଟି ଚିପ୍‌ ରେଫରି ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଖେଳ ଦେଖିବା ପାଇଁ ପ୍ରତ୍ୟେହ ଦର୍ଶକଙ୍କ ଭିଡ ଲାଗି ରହୁଛି ।

Leave A Reply

Your email address will not be published.