ls

ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଶାଖା ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ବୃକ୍ଷରୋପଣର ଉଦ୍ଦେଶ୍ୟ ଓ ପରିବେଶ ଉପରେ ଏହାର ମହତ୍ତ୍ଵ ସମ୍ବନ୍ଧରେ ମତବ୍ୟକ୍ତ କରି ବୃକ୍ଷରୋପଣ କରିଥିଲେ । ଛାତ୍ରୀମାନେ କଲେଜ ଓ ହଷ୍ଟେଲ ପରିସର ମଧ୍ୟରେ ବଉଳ, ଅଁଳା, ପିଜୁଳି, ଦେବଦାରୁ ଇତ୍ୟାଦି ଚାରା ରୋପଣ କରିଥିଲେ । ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥିତିରେ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌ ସୁଶ୍ରୀ ସଂଗୀତା ଗୌନ୍ତିଆ ଓ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

pc pk
Leave A Reply

Your email address will not be published.