centurian jitm

ବଲାଙ୍ଗିର ସହରରେ ପାକିସ୍ତାନୀ ମହିଳା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପାକିସ୍ତାନ ମହିଳା । ୬୦ ବର୍ଷ ଆଗରୁ ଭାରତ ଆସିଥିଲେ ମହିଳା । ବଲାଙ୍ଗିରରେ ୩୫ ବର୍ଷ ଆଗରୁ ବାହା ହୋଇ ରହିଛନ୍ତି । କୋୖଣସି ନୋଟିସ ଆସିନଥିବା ବେଳେ ଆଜି ପର୍ଯ୍ୟନ୍ତ ଭାରତୀୟ ନାଗରିତ୍ୱ ପାଇଁ ଆବେଦନ କରିଆସୁଛନ୍ତି । ଏବେ ଚିନ୍ତାରେ କୁକ୍ରେଜା ପରିବାର । କରିବେ କ’ଣ ? କିଏ ଶୁଣିବ ଗୁହାରି ? ବଲାଙ୍ଗିର ସହରର ଠିକାଦାରପଡାରେ ଦୀର୍ଘ ୩୫ ବର୍ଷ ହେଲା ରହି ଆସୁଛନ୍ତି ସାରଦା କୁକ୍ରେଜା । ସେ ଦୀର୍ଘ ୬୦ ବର୍ଷ ଆଗରୁ ପାକିସ୍ତନରୁ ତାଙ୍କ ପରିବାର ସହ ଆସିଥିଲେ ଭାରତ । ଓଡିଶାର କୋରାପୁଟରେ ଆସି ରହିଥିଲେ । ୩୫ ବର୍ଷ ତଳେ ମହେଶ କୁକ୍ରେଜାଙ୍କୁ ବାହାହେବା ପରେ ସେ ବଲାଙ୍ଗିରକୁ ସ୍ଥାନାନ୍ତର ହୋଇଥିଲେ । ସେବେଠୁ ସେ ବଲାଙ୍ଗିରରେ ରହିଛନ୍ତି । ତାଙ୍କ ପୁଅ ବୋହୁ ଓ ନାତି ନାତୁଣୀଙ୍କ ସହ ରହୁଛନ୍ତି । ବଲାଙ୍ଗିରରେ ତାଙ୍କ ଭୋଟର କାର୍ଡ ଥିବା ବେଳେ ଭୋଟ୍‌ ମଧ୍ୟ ଦେଉଛନ୍ତି । ସରକାର ବାଛିବାରେ ମଧ୍ୟ ଭାଗ ନେଉଛନ୍ତି । ତା’ ସହ ଦୀର୍ଘ ୬୦ ବର୍ଷ ହେଲା କୌଣସି ଲିଙ୍କ୍‌ ପାକିସ୍ତାନ ସହ ନଥିବା ସେ କହିଛନ୍ତି । ପ୍ରତିବର୍ଷ ସେ ସିଟିଜନସିଭ୍‌ ପାଇଁ ଆବେଦନ ମଧ୍ୟ କରିଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ନୋଟିସ ଆସିନଥିବା ସେ କହିଛନ୍ତି । ତେବେ ଏଭଳି ପରିସ୍ଥିତିରେ କେମିତି ପାକିସ୍ତାନ ଯିବେ, ପୁଣି ପାକିସ୍ତାନରେ କେହି ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ନଥିବା ବେଳେ କାହା ପାଖକୁ ଯିବେ, ତାକୁ ନେଇ ଚିନ୍ତାରେ ପରିବାର ଲୋକେ ।

Leave A Reply

Your email address will not be published.