oom

ସାରସପଡା ଗ୍ରାମର ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଭେଟି ସହାୟତା ଯୋଗାଇ ଦେଲା ଦନ୍ଦରା ଚକ୍ ମାହେଶ୍ଵରୀ ଯୁବାମଞ୍ଚ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଙ୍ଗାଲୋରକୁ ଦାଦନ ଶ୍ରମିକ ଭାବେ ଯାଇ ମୃତ୍ୟୁବରଣ କରିଥିବା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗ୍ରାମର କିଶୋର ପଧାନଙ୍କ ଶୋକସନ୍ତପ୍ତ ପରିବାରକୁ ଦନ୍ଦରା ଚକ୍ ମାହେଶ୍ଵରୀ ଯୁବାମଞ୍ଚ ପକ୍ଷରୁ ଭେଟି ସହାୟତା ଯୋଗାଇ ଦିଆଯାଇଛି । ଏବେ ମୃତକଙ୍କ ଘରେ କେବଳ ପତ୍ନୀ ଓ ୩ ବର୍ଷର କୁନି ପୁଅ ଅଛନ୍ତି । ମୃତ ପରିବାରକୁ ରବିବାର ମାହେଶ୍ୱରୀ ଯୁବାମଞ୍ଚ ତରଫରୁ କୁନି ପୁଅ ପାଇଁ ପୋଷାକ ସହ ୫ ହଜାର ୧ ଶହ (୫୧୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗ୍ରାମରେ ଅନୁଷ୍ଠିତ ଏକ ଶୋକସଭାରେ ୬୦ ଘର ଡ଼ୁମାଳ ସମାଜ ଦନ୍ଦ୍ରା ଚକ ସଭାପତି ଭୋପାଲ ଚନ୍ଦ୍ର ମହାକୁର, ସମ୍ପାଦକ ଫକୀର ମୋହନ ଖମାରୀ, ଉପଦେଷ୍ଟା ହୃଦାନନ୍ଦ କର୍ମୀ, ଶରତ ଚନ୍ଦ୍ର ଅମାତଙ୍କ ସହ ଚକର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ଦନ୍ଦରା ଚକ୍ ମାହେଶ୍ଵରୀ ଯୁବାମଞ୍ଚ ସଭାପତି ଅମୁଲ୍ୟ କୁମାର ମହାକୁର, ସମ୍ପାଦକ ସତ୍ୟନାରାୟଣ କର୍ମୀ, ଉପସଭାପତି ଅନନ୍ତ ବଘାର, ସହସମ୍ପାଦକ ନିମାଇଁ ପାତ୍ର, କୋଷାଧକ୍ଷ ଭୁବନେଶ୍ୱର ବସ୍ତିଆଙ୍କ ସହ ଯୁବାମଞ୍ଚର ସନାତନ ପଧାନ, ପବିତ୍ର ଅମାତ, କବିରାଜ ଖମାରୀ, ନିତ୍ୟାନନ୍ଦ ବସ୍ତିଆ, ରତନ ଗେଜୋ, ସନତ ଗେଜୋ, ରମେଶ ପଧାନ, ରିଙ୍କୁ ପଧାନ, ପ୍ରଦୀପ ପଧାନ, ରବୀନ୍ଦ୍ର ପଧାନ, ସାହିଲ କର୍ମୀ, ସରୋଜ କର୍ମୀ, ଧନମତ ପଧାନ, ଧର୍ମ ପଧାନ, ବିକ୍ରମ ପଧାନ, ଯଶୋବନ୍ତ ପଧାନ, ପ୍ରହଲ୍ଲାଦ ପଧାନ, ମାଲ୍ଲିକ ମହାକୁର, ସୁଦାମ ବସ୍ତିଆ, ମଣ୍ଟୁ କର୍ମୀ, ବଦ୍ରି ନାରାୟଣ କର୍ମୀ, ଶଙ୍କର କର୍ମୀ, ପିଙ୍କୁ କର୍ମୀ, ହେଲେଶ୍ୱର ଅମାତ, ହେମସାଗର ବସ୍ତିଆ, ଚନ୍ଦ୍ର ଶେଖର ଦନ୍ତା, ପ୍ରଶାନ୍ତ ମହାକୁର, ରାମଦାସ ମହାକୁର, ପିତାମ୍ବର ମହାକୁର, ମାନସ ପଧାନ, ଆକାଶ ପଧାନ, ସଂଜୀବ କରନ, ସୁରଥ ମହାକୁର, ବିଶ୍ୱନାଥ ମହାକୁର, ନିକେଶ ମହାକୁର, ଅନନ୍ତ କରଣ, ଶଙ୍କର ବସ୍ତିଆ, ସୁବାଷ ପଧାନ, ସୁବନାଥ କରନ, ରାଜୀବ ଗଡୁଆ ଓ ସୁରେଶ ଗଡୁଆଙ୍କ ସହ ମାହେଶ୍ୱରୀ ଯୁବାମଞ୍ଚର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । ଯୁବାମଞ୍ଚର ଏଭଳି ଉଦ୍ୟମକୁ ସବୁଠାରେ ଭୂୟସୀ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.