oom

ଯମୁନା ମାହେଶ୍ଵରୀ ମନ୍ଦିରରେ ଡୁମାଳ ସମାଜ ଯମୁନା ଚକର ବିରାଟ ସାଙ୍ଗଠନିକ ବୈଠକ

jsmm
  • ସଂଗଠନରେ ଦୃଢ଼ତା ଓ ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବ ପୁରାତନ ପୀଠରେ ଗୁରୁବାର ମହାଲକ୍ଷ୍ମୀ ପୂଜା ଓ ଷାଠିଏ ଘର ଡୁମାଳ ସମାଜ ଯମୁନା ଚକର ଏକ ବିରାଟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ଵରୀଙ୍କ ପୀଠରେ ମାର୍ଗଶୀର ମାସର ଗୁରୁବାର ଉପଲକ୍ଷେ ମହାଲକ୍ଷ୍ମୀଙ୍କ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ପ୍ରକାଶନନ୍ଦ ମହାକୁର ଓ ନଅ ଅମାତ୍ୟଙ୍କ ସହ ସମସ୍ତ ଜାତିସମାଜର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏହାପରେ ଯମୁନା ଚକ୍ ସଭାପତି ବୁଦ୍ଧଦେବ ମହାକୁରଙ୍କ ଅଧ୍ୟକ୍ଷତାରେ ତଥା ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁରଙ୍କ ସଭା ପରିଚାଳନାରେ ଚକର ଏକ ବିରାଟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମ୍ୟ ସାମାଜିକ ଏକତା, ସମ୍ପୂର୍ଣ୍ଣ ନିଶାନିବାରଣ, ସଂଗଠନରେ ଦୃଢ଼ତା,ଏହାର ସୁପରିଚାଳନା, ପରିବାର ସର୍ଭେ ତଥା ଚକ୍ ଅଞ୍ଚଳର ଯୁବକମାନଙ୍କୁ ନେଇ ମାହେଶ୍ୱରୀ ସେନା ଗଠନ ସହ ରକ୍ତଦାନ, ସମାଜର ବିଭିନ୍ନ ରୀତିନୀତି, ଚାଲିଚଳନ, ଆଚାର ବ୍ୟବହାର ଆଦି ସମ୍ପର୍କରେ ବିସ୍ତୃତ ରୂପେ ଆଲୋଚନା ହୋଇଥିଲା । ବ୍ଲକର ଡୁମାଳ ସମାଜ ଥିବା ଗ୍ରାମଗୁଡିକ ମଧ୍ୟରେ ଏକତା, ଭାଇଚାରା ତଥା ଜାତି ସମାଜ କାର୍ଯ୍ୟରେ ଦୁର୍ନୀତି ଓ ଅନିୟମିତତା ଭଳି କାର୍ଯ୍ୟକଳାପକୁ ଆଦୌ ପ୍ରଶ୍ରୟ ଦିଆନଯିବା ସମ୍ପର୍କରେ ବିଚାର ଆଲୋଚନା ହୋଇଥିଲା । ବୈଠକରେ ଯମୁନା ଚକ ଉପସଭାପତି ଦେବେନ୍ଦ୍ର ମହାକୁର, କୋଷାଧ୍ୟକ୍ଷ ଦେବରାଜ ପାତ୍ର, ଆଇନ ପରାମର୍ଶଦାତା ପ୍ରଶାନ୍ତ କମ୍ପ୍‌, ଚିତ୍ରସେନ ମେର୍ଲି, ରୋହିତ ପଧାନ, ମଦନ ଥାଟି, ରମେଶ ବସ୍ତିଆ, ପ୍ରଦୀପ ପଧାନ, କୃଷ୍ଣଚନ୍ଦ୍ର ପାତ୍ର, ମାର୍କଣ୍ଡ ନାଏକ, ଗୁର୍ଜୁ ମହାକୁର, ମକାରୁ କର୍ମୀ, କ୍ଷେତ୍ର ମହାକୁର, ଘମୁଡୁ ମହାକୁର, ମଦନ ନାଏକ, ପ୍ରଭାକର ମହାକୁର, କୈଳାସ ନାଏକ, ଦୟାସାଗର ମହାକୁର, ନେତ୍ରାନନ୍ଦ ମହାକୁର, ବ୍ରଜମୋହନ ମହାକୁର, ସୁଶିଲ ମେର୍ଲି, ମାର୍କଣ୍ଡ ମହାକୁର, ଭିକାରୀ ପାତ୍ର, ନଟବର ମେର୍ଲି, ନିତ୍ୟାନନ୍ଦ ମହାକୁର, ଦେବେନ୍ଦ୍ର ପଧାନ, ଯେହେରୁ ମହାକୁର, ହୃଦାନନ୍ଦ କର୍ଣ୍ଣ, ଶିବାନନ୍ଦ ମହାକୁର, ଲଳିତ ପଧାନ, କୃଷ୍ଣଚନ୍ଦ୍ର କଲତା, ବିଚିତ୍ର ପର୍ଡ଼ିଆ, ଉଦ୍ରାଧର ମହାକୁର, ମଧୁସୁଦନ କର୍ମୀ, କ୍ଷୀରଧର କର୍ମୀ, ଗାନ୍ଧିଲାଲ ମହାକୁର, ଲକ୍ଷ୍ମୀଧର କର୍ମୀ, ଲୋଚନ ମହାକୁର, ହେମନ୍ତ ପର୍ଡ଼ିଆ, ଭବାନୀ ବଘାରଙ୍କ ସହ ଚକ୍ ଅନ୍ତର୍ଗତ ଯମୁନା, ଡଙ୍ଗରପଡ଼ା, ଖରାଲି, ଚିକିନିବାହାଲି, ରେଙ୍ଗାଲି ସମେତ ସମସ୍ତ ଗ୍ରାମର ଶତାଧିକ ଡୁମାଳ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବ୍ୟାସଦେବ ପଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.