ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱର୍ଗତ ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେପାଲି ବାର୍ଦ୍ଧକ୍ୟ ଆବାସ ଠାରେ ଗତ ପବିତ୍ର ଜନ୍ମାଷ୍ଟମି ଦିନ ସ୍ୱର୍ଗରୋହଣ କରିଥିବା ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଥିଲେ ଯେ, ଦ୍ୱାରୁର ମୃତ୍ୟୁ ଆମ ପାଇଁ ଏକ ଶିକ୍ଷା । ମଣିଷ କେବଳ ଧନ, ସମ୍ପତ୍ତି, କ୍ଷମତା ଇତ୍ୟାଦିରେ ଜନମାନସକୁ ପ୍ରଭାବିତ କରେ ନାହିଁ, ସରଳ ଜୀବନ ଟିଏ ମଧ୍ୟ ସମାଜକୁ ପ୍ରଭାବିତ କରିପାରେ, ଏହା ହିଁ ଦ୍ୱାରୁର ଜୀବନରେ ପ୍ରତିଫଳିତ ହୋଇଛି । ତାପରେ ଅନ୍ତେବାସୀ ଗଣ, କର୍ମଚାରୀମାନେ ଏବଂ ମାହେଶ୍ୱରୀର ସମସ୍ତ ସଭ୍ୟ ଦ୍ୱାରୁଙ୍କ ଉଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରି ଦ୍ୱାରୁ ବଲାଙ୍ଗିର ସହର ତଥା ଅଂଚଳରେ କେତେ ଜଣାଶୁଣା ଥିଲେ ସେ ବିଷୟରେ ତାଙ୍କର ଗୁଣ ଗାନ କରିଥିଲେ । ସଭାପତି ଶୋଭନ ଅଗ୍ରୱାଲ, ଆଶୁତୋଷ ବାଗ, ବିବେକାନନ୍ଦ ପଟେଲ, ଶୁଭମ ପଧାନ, ଜିତେନ୍ଦ୍ର ସାହୁ, ସଭ୍ୟ ହୃଦୟନନ୍ଦ ଷଡଙ୍ଗୀ, ବାର୍ଦ୍ଧକ୍ୟ ଆବସର କର୍ମି ଶିବ ପ୍ରସାଦ ସାହୁ, ରମାକାନ୍ତ ସାହୁ, ସୁରେଶ ମହାକୁଡ, ଚର୍ତୁଭୁଜ ଭୋଇ, ସଞ୍ଜୁ ବିଶ୍ୱାଲ ସହଯୋଗ କରିଥିଲେ ।

Leave A Reply

Your email address will not be published.