ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ସାକ୍ଷାତ କରି ଅଂଚଳର ଅନେକ ଗୁଡେ ସାଂପ୍ରତିକ ସମସ୍ୟା ଉପରେ ଆଲୋଚନା କରିବା ସହ ସେହି ସଂକ୍ରାନ୍ତିୟ ସମାଧାନ ପାଇଁ ଆଲୋଚନା କରିଥିଲେ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱ ସହିତ ବିଷୟକୁ ନେଇ ସରକାରୀ ସ୍ତରରେ ଏହି ସବୁ ଆଲୋଚ୍ୟ ବିଷୟ ଉପରେ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି । ସାକ୍ଷାତ ସମୟରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସକ୍ରିୟ ସଦସ୍ୟ ତୁଷାର ରଞ୍ଜନ ଦାସ, ବିବେକାନନ୍ଦ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.