ଦ୍ଵାରୁର ଅନ୍ତିମ ସଂସ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ମାନସିକ ଭାରସାମ୍ୟ ହରାଇ ଥିବା ଅସହାୟ ଦ୍ଵାରୁର ଦେହାନ୍ତ ହୋଇଛି । ଶାନ୍ତ ସ୍ଵଭାବର ଦ୍ଵାରୁ ପିଲାଟି ଦିନରୁ ବାପ ଛେଉଣ୍ଡ ଥିବାବେଳେ ପିଲାଟି ଅବସ୍ଥାରୁ ମା’କୁ ହରାଇ ଅସହାୟ ହୋଇପଡି ଅନ୍ୟମାନଙ୍କ ଘରକାମ କରି ଚଳୁଥିଲା । ଏକ ଦୁର୍ଘଟଣାରେ ତା ମୁଣ୍ଡରେ ଗାଡ଼ି ଚଢି ଯିବା ପରେ ସେ ମାନସିକ ଭାରସାମ୍ୟ ହରାଇବସିଥିଲା । ବହୁ ଦୁସ୍ତ ଅବସ୍ଥାରେ ରାସ୍ତା କଡରେ ପଡ଼ିଥିବା ଖବର ପାଇ ବଲାଙ୍ଗିରର ଅଗ୍ରଣୀ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର ସ୍ଵେଚ୍ଛାସେବୀମାନେ ଉଦ୍ଧାର କରି ଚିକିତ୍ସା କରାଯିବା ସହ ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧା ଶ୍ରମରେ ରହିବାର ବ୍ୟବସ୍ଥା କରାଇଥିଲେ । ଦେହାନ୍ତ ଖବର ପାଇବା ପରେ ମାହେଶ୍ୱରୀ ସଂଗଠନ କେତେ ଜଣ ସ୍ଵେଚ୍ଛାସେବୀ ପହଞ୍ଚି ବୃଦ୍ଧା ଶ୍ରମର କର୍ମଚାରୀଙ୍କ ସହ ମିଶି ଅନ୍ତିମ ସଂସ୍କାର କରିଥିଲେ । ଦ୍ଵାରୁର ଦେହାନ୍ତ ଖବର ପ୍ରସାରଣ ପରେ ସାମାଜିକ ଗଣମାଧ୍ୟମରେ ବଲାଙ୍ଗିରର ଅନେକ ଲୋକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୋଲି ସଙ୍ଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.