ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଭୁତିଆରବାହାଲ ଗ୍ରାମରେ ଜଣେ ଅସହାୟ ମହିଳାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ଭାବେ ରହିଆସୁଥିଲେ । ଅସୁସ୍ଥତା କାରଣରୁ ତାଙ୍କ ଦେହାନ୍ତ ହେବା ପରେ ଦୀର୍ଘ ସମୟ ଧରି ଅସ୍ପୃଶ୍ୟତା କାରଣରୁ ତାଙ୍କ ଶବ ପଡିଥିବାର ଖବର ମାହେଶ୍ୱରୀ ସଂଗଠନକୁ ମିଳିଥିଲା । ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, କୁଡାସିଂହା ସଂଯୋଜକ ମନୋରଞ୍ଜନ ଝାଙ୍କର, ସଦସ୍ୟ ଆଶୁତୋଷ ବାଗ, ଜତିନ୍ଦ୍ର ସାହୁ, ସ୍ୱାଗତ ଦାସ ପହଂଚି ଦାହ ସତ୍କାର କରିଥିଲେ । ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ମୃତ ଶରୀରକୁ ନ୍ୟାୟପୂର୍ଣ୍ଣ ବ୍ୟବହାର ପାଇଥିବାରୁ କେହି ବଂଚିତ କରିପାରିବେ ନାହିଁ ବୋଲି ପ୍ରତିକ୍ରିୟାରେ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ କହିଥିଲେ ।