ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଁଲା ସ୍ଥିତ ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇ । ଏହି ସଚେତନ ଶିବର ଓଡ଼ିଶା ସରକାରଙ୍କ ପୋଷ୍ଟାଲ ସଂଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟର ଅର୍ଥ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଶାଖା ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଡାକ ଉପବିଭାଗ ଅଧିକାରୀ ରଂଜିତା ପତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନ ଶିବିରରେ ମୁଖ୍ୟ ଅତିଥି ଭାବେ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ତପନ ଦାସ ଯୋଗଦେଇଥିଲେ । ଡାକ ସହକାରୀ ଅଧ୍ୟକ୍ଷ ସଂଜୟ ବିଶ୍ୱାଳ, ସହକାରୀ ନିର୍ଦ୍ଦେଶକ ବିଜୟ ଶତପଥି, ଉନ୍ନୟନ ଅଧିକାରୀ ଅଭିଳାଷ ପଣ୍ଡା, ଏଜେଣ୍ଟ ଦୁର୍ଗାଚରଣ ପଟ୍ଟନାୟକ, ଦୁର୍ଗାମାଧବ ପଟ୍ଟନାୟକଙ୍କ ସହ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ କଲେଜର ଅଧ୍ୟକ୍ଷ ବିଜୟ ହୋତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.