ବ୍ରହ୍ମକୁମାରୀ ସଂସ୍ଥାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ରକ୍ଷା ବନ୍ଧନର ମହତ୍ତ୍ୱ ପ୍ରତିପାଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଅନୁଭୂତି ଭବନ, ଛତ୍ରପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ବ୍ଲକ୍ ସିନ୍ଦୁରପୁର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ରକ୍ଷା ବନ୍ଧନର ମହତ୍ତ୍ୱ ପ୍ରତିପାଦନ କରାଯାଇଛି । ଯାହାର ଲକ୍ଷ୍ୟ ଥିଲା ଗୋଟିଏ ବ୍ୟକ୍ତି, ଗୋଟିଏ ଗଛ, ଗୋଟିଏ ଧରଣୀ ଅବା ପୃଥିବୀ ବକ୍ଷରେ ଗଛଟିଏର ଉପକାର ସମ୍ବନ୍ଧରେ ବୁଝାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଭଉଣୀ, ସଂସ୍ଥାନର ବରିଷ୍ଠ ଭାଇ ସୀମାଞ୍ଚଳ ଦାସ, ଶାନ୍ତନୁ ଭାଇ, ରାଜୁ ଭାଇ ଅନ୍ୟ ବ୍ରହ୍ମାକୁମାରୀ ଭଉଣୀମାନେ ଏବଂ ଗ୍ରାମ ମୁଖିଆ ସରପଞ୍ଚ ଗଗନ ବେହେରା, ଗ୍ରାମର ଯୁବପିଢିଙ୍କ ସହ ମିଶି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ପ୍ରକଳ୍ପ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁରୁ ଆରମ୍ଭ ହୋଇଛି । ଯାହା ୫ ଜୁନ୍‌ରୁ ଆରମ୍ଭ ହୋଇ ୨୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ପର୍ଯ୍ୟାବରଣର ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ସଚେତନ କରାଯାଉଛି ।

Leave A Reply

Your email address will not be published.