om academy

ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳିତ

jsm
  • ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ
    ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସାମାଜିକ କର୍ମୀ, ଜାତି ବିରୋଧି ସଂସ୍କାରକ, ବୁଦ୍ଧିଜୀବୀ, ଲେଖକ, ଆଧୁନିକ ଭାରତର ଶିକ୍ଷାର ଜନକ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାତ୍ମା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବକ୍ତାମାନେ ତାଙ୍କର ସଂର୍ଘଷମୟ ଜୀବନୀ ସ୍ମୃତିଚାରଣ କରିଥିଲେ । ସେ ୧୧ ଏପ୍ରିଲ ୧୮୨୭ରେ ଧରାବତରଣ କରି ୨୮ ନଭେମ୍ବର ୧୮୯୦ରେ ଦେହ ତ୍ୟାଗ କରିଥିଲେ । ସମାଜରେ ପ୍ରଚଳିତ ଅସ୍ପୃଶ୍ୟତା ବିରୋଧରେ କାର୍ଯ୍ୟ କରି ମହିଳା ଶିକ୍ଷାକୁ ପ୍ରୋତ୍ସାହିତ ସ୍ୱରୂପ ୧୮୪୮ରେ ପ୍ରଥମ କରି ପୁନାରେ ବାଳିକା ବିଦ୍ୟାଳୟ ସ୍ଥାପନ କରି ସୁଦ୍ର ଜାତିକୁ ଶିକ୍ଷା ପ୍ରଦାନ କରିଥିଲେ । ମହିଳା ଶିକ୍ଷାର ଉନ୍ନତି ପାଇଁ ତାଙ୍କର ସ୍ତ୍ରୀ ସାବିତ୍ରୀବାଇ ଫୁଲେଙ୍କୁ ଉତ୍ସାହିତ କରୁଥିଲେ । ତାଙ୍କୁ ୧୮୮୮ ମସିହାରେ ମହାରାଷ୍ଟ୍ରର ମହାନ ସାମାଜିକ କର୍ମୀ ବିଥଲରାଓ କ୍ରୀଷ୍ଣାଜୀ ଭଣ୍ଡେକର “ମହାତ୍ମା” ଉପାଧିରେ ଭୁସିତ କରିଥିଲେ । ସମାଜ ସଂସ୍କାର ପାଇଁ “ସତ୍ୟଶୋଧକ ସମାଜ” ଗଠନ କରି ସବୁ ଧର୍ମ ଜାତିର ଲୋକଙ୍କୁ ସାମିଲ କରି ସାମାଜିକ ଶୋଷିତ, ପିଡିତ ଲୋକଙ୍କ ପାଇଁ କାମ କରୁଥିଲେ । ଅଧିକାର ପାଇଁ ତାଙ୍କର ସଂଗ୍ରାମ ଯୁବ ପିଢିକୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ଅତିଥି ମାନେ ପ୍ରକାଶ କରିଥିଲେ । ତାଙ୍କର ସଂର୍ଘଷ ମୟ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ସଭାରେ ପେରାଞ୍ଚଳ ଗୋଁଣ୍ଡ ସମାଜର ଉପଦେଷ୍ଟା ପ୍ରଦୀପ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ଆଦିକନ୍ଦ ଧରୁଆ, ଅଧ୍ୟାପକ କୌତୁକ ପନ୍ଦର, ବିଜୟ କୁମାର ଧରୁଆ ସମ୍ମାନିତ ଅତିଥି, ରଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ମୁଖ୍ୟ ବକ୍ତା ଓ ପୌରାଞ୍ଚଳ ସଂପାଦକ ନୃପ ଭୋଇ ସ୍ୱାଗତ କରି ସଭା ପରିଚାଳନା କରିଥିଲେ । ଦଇତ ଧରୁଆ, ଘନଶ୍ୟାମ ପୁଝାରୀ, ଆନନ୍ଦରାମ ଭୋଇ, ଯୁଗଲ କିଶୋର ଧରୁଆ, ଉମେଶ ଚନ୍ଦ୍ର ନାଏକ, କୃଷ୍ଣଚନ୍ଦ୍ର ଧରୁଆ, ଭୁବନ ଧରୁଆ, ମଗଶିର ଧରୁଆ, ହେମସାଗର ଭୋଇ, ଦାମୋଦର ମାଝୀ, ଅନୁପକୁମାର ଭୋଇ, ରାଜେନ୍ଦ୍ର ମାଝୀ, ରାମପ୍ରସାଦ ମଲ୍ଲୀକ,ଶିବପ୍ରସାଦ ଧରୁଆ ପ୍ରମୁଖ ସହେଯାଗ କରିଥିଲେ । ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ନୁତନ କମିଟି ଗଠନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।
Leave A Reply

Your email address will not be published.