ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ହେଉଛି ପବିତ୍ର ଶିବରାତ୍ରି ବା ଜାଗର । ଏହାକୁ ନେଇ ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମହାଦେବ ଭକ୍ତଙ୍କର ମନସ୍କାମନା ପୂରଣ କରୁଥିବାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସକାଳୁ ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ନିମନ୍ତେ ପୂଜାର ବ୍ୟବସ୍ଥା କରାଯାଇଛି । ସମସ୍ତ ଭକ୍ତଙ୍କ ହାତରେ ରହିଛି ପୂଜା ଡାଲା ଏବଂ ପୂଜା ସାମଗ୍ରୀ । ମନରେ ରହିଛି ଅନେକ ଆବେଗ ଏବଂ ବିଶ୍ୱାସ । ଶ୍ରଦ୍ଧାଳୁମାନେ ଦର୍ଶନ ନିମନ୍ତେ ଆସୁଥିବା ଦେଖିବାକୁ ମିଳିଛି । ଏହା ସହିତ ଶାନ୍ତିଶୃଙ୍ଖଳାର ସହିତ ଜାଗର ଯାତ୍ରା ପାଳନ କରିବା ନିମନ୍ତେ ଉଭୟ ମନ୍ଦିର କମିଟି, ପୋଲିସ୍ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ପ୍ରଶାସନ ସଜାଗ ରହିଛନ୍ତି । ବଲାଙ୍ଗିର ଜିଲ୍ଲାର ସର୍ବ ପୁରାତନ ଐତିହ୍ୟ ସମ୍ପହ୍ନ ଯୋଗିନୀ ପୀଠ ରାଣୀପୁରଝରିଆଲ ସୋମେଶ୍ୱର ଶୈବପୀଠରେ ମହାଶିବରାତ୍ରି ପାଇଁ ଚଳଚଂଚଳ ହୋଇଛି । ଶୈବ, ଶାକ୍ତ, ବୌଦ୍ଧ, ଗାଣପତ୍ୟ ଓ ତନ୍ତ୍ର, ମନ୍ତ୍ରର ପୀଠରେ ମହାଶିବରାତ୍ରି ପାଳନ ହୋଇଥିବାରୁ ଉଭୟ ଯୋଗିନୀ ଓ ସୋମେଶ୍ୱର ମହାଦେବ ଭକ୍ତଙ୍କ ମଧ୍ୟରେ ଏହି ମହାଶିବରାତ୍ରି ଅବସରରେ ମହାଦେବଙ୍କୁ ଥରୁଟିଏ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଆତୁର ହୋଇ ପଡୁଥିବା ଦେଖାଦେଇଥିଲା । ସୋମେଶ୍ୱର ମହାଦେବ ମନ୍ଦିରର ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀ କାର୍ଯ୍ୟ ତୁଲାଉଛନ୍ତି । ଚଳିତ ବର୍ଷ ପ୍ରଥମ ଦିନରୁ ହିଁ ବହୁ ଭିଡ ପରିଲକ୍ଷିତ ହୋଇଛି । ୫ ଦିନ ଧରି ଚାଲିବ ମେଳା । ଯାହା ଫଳରେ ପୋଲିସ ପ୍ରଶାସନ ଓ କମିଟିର ସଦସ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ବହୁ ପରିଶ୍ରମ କରିଛନ୍ତି । ସୋମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ମେଳାରେ ଆସିଥିବା ଦୋକାନ ବଜାର ଓ ସାସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଛନ୍ତି ।
Prev Post