ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମହାଶିବରାତ୍ରି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରୁ ନୃସିଂହନାଥ ଯିବା ରାସ୍ତାରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଶନିବାର ମହାଶିବରାତ୍ରି ମହାସମାରୋହରେ କୁଲୁତା ଯୁବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଥିବା କୁଲୁତା ଜାତିର ଆରାଧ୍ୟ ଦେବୀ ମା’ ରଣେଶ୍ୱର ରାମଚଣ୍ଡୀ ଓ ଭଗବାନ ଶିବ ମନ୍ଦିରରେ ଦିନ ଓ ରାତିରେ ବହୁତ ଭକ୍ତମାନଙ୍କ ସମାଗମ ହୋଇଥିଲା । ରାତ୍ରରେ ଭକ୍ତମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ତୁଳସୀ ରାମାୟଣ ପାରାୟଣ ସହ ଶିବ ପୁରାଣ ଗାନ ପଠନ ଓ ସାରା ରାତ୍ର ଉଜାଗର ରହିଥିବା ଭକ୍ତମାନଙ୍କ ପାଇଁ ପୁରେନା ଗ୍ରାମର ବୈଠକି ସଂକୀର୍ତନ କରାଯାଇଥିଲା । ରାତ୍ର ଦଶ ଘଟିକାରେ ମହାଦୀପ ଉଠିଥିଲା । ଏହି ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ତାଙ୍କ ପରିବାର ଏହି ସମାରୋହରେ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କୁଲୁତା ଯୁବ ସମାଜ କରିଛି ବୋଲି କମିଟିର ସଭାପତି ଡାକ୍ତର ବୁଲୁ ବାରିକ ଜଣାଇଛନ୍ତି ।

Leave A Reply

Your email address will not be published.