୨ ବର୍ଷ କରୋନା ପରେ ଐତିହ୍ୟ ସମ୍ପହ୍ନ ରାଣୀପୁର ଝରିଆଲ ମହାଶିବରାତ୍ରୀ ପାଇଁ ଶ୍ରଦ୍ଧାଳୁଙ୍କ ହେବ ଭିଡ଼

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଐତିହ୍ୟ ସମ୍ପହ୍ନ ବଙ୍ଗୋମୁଣ୍ଡା ବ୍ଲକର ଯୋଗିନୀପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବପୀଠରେ ମହାଶିବରାତ୍ରୀ ପାଳନ ପାଇଁ ମନ୍ଦିର ପୂଜା କମିଟିର ସଭାପତି ମାଣିକଚନ୍ଦ ଜୈନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମେଶ୍ୱର ମନ୍ଦିର ନିକଟରେ ଥିବା ଭୋଗମଣ୍ଡପରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଓ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଦୁଇ ବର୍ଷ ବ୍ୟବଧାନରେ ଏହି ପୀଠରେ ମହାଶିବରାତ୍ରୀ ପାଳନ ହେଉଥିବାରୁ ବହୁତ ଭିଡ ହେବାର ସମ୍ଭାବନା ଥିବାରୁ ଚଳିତ ବର୍ଷ ଅଧିକ ଫୋର୍ସ ପାଇଁ ଅନୁରୋଧ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ସହ ଅସ୍ଥାୟୀ ଭାବେ ଷ୍ଟଲ ଯୋଗାଣକୁ ନେଇ ବିଶେଷ ଦୃଷ୍ଟି ଦେବାକୁ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମସ୍ତଙ୍କ ମତାମତ ପରେ ଶ୍ରୀ ସାଲୁଜା ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ଆଇଆଇସି ବି.ରୁଦ୍ରିଆ, ବିଦ୍ୟୁତ ବିଭାଗର ଅଧିକାରୀ ଶିବଶଙ୍କର ଦାସ, ଆରଡବ୍ଲୁଏସଏସ ଏସଡିଓ ପ୍ରଶାନ୍ତ କୁମାର ବାଗେ, କନିଷ୍ଠ ଯନ୍ତ୍ରୀ ସତ୍ୟ ସାରଦା ମହାନ୍ତି, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଓ ଷ୍ଟାଫ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, କୃଷ୍ଣ ଚନ୍ଦ୍ର ସାହୁ, ସନ୍ୟାସୀ ଭୋଇ, ପର୍ମାନନ୍ଦ ଭୋଇ, ଗୋପୀନାଥ ସାହୁ, ଧନୀରାମ ଭୋଇ, ମଞ୍ଜେଷ ମେହେର, ଜ୍ୟୋତି ସାହୁ, ଗଣେଶ ସାହୁ, ପ୍ରହଲ୍ଲାଦ ସାହୁ, କିଶୋର ସାହୁ , ରମା ସାହୁ, ଗୌରାଙ୍ଗ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.