
ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୁ ନବବର୍ଷ ଆୟୋଜନ ସମିତି ସେକ୍ଟର-୨ ପକ୍ଷରୁ ରବିବାର ଲକ୍ଷ୍ମୀ ପୂଜା ମଣ୍ଡପରେ ସୃଷ୍ଟି ଅୟମାରମ୍ଭ ଦିବସ ତଥା ହିନ୍ଦୁ ନବବର୍ଷ-୨୦୨୫ ମହାସାମାରୋହରେ ପାଳିତ ହୋଇଯାଇଛି । ଏନେଇ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ଭଗବତ ପ୍ରେମୀଙ୍କୁ ୫ଶହ ଖଣ୍ଡ ଶ୍ରୀମଦ ଭଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସିଆଇଏସଏଫର ସିନିୟର କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ଯୋଗଦାନ ଦେଇ ସଂଘ ଭାରତବର୍ଷର ମହାନ ପରମ୍ପରା ଓ ଗୌରବଶାଳୀ ଇତିହାସ ଉପରେ ଆଲୋକପାତ କରି ରାଷ୍ଟ୍ରୀୟ ସାଭିମାନକୁ ଅକ୍ଷୁର୍ଣ ରଖିବା ନିମନ୍ତେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ ଭାବେ ଭାଗବତ ସଂସ୍ଥାପନ ସମିତି, ଓଡିଆର ଶ୍ରୀମଦ ବାୟାବାବା ଏବଂ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସୟଂ ସେବକ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପାତ୍ର ଯୋଗଦେଇ ହିନ୍ଦୁ ନବବର୍ଷ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଏନେଇ ଗୋମାତା ସେବାରେ ସମର୍ପିତ ତଥା ସମାଜସେବାରେ ନିୟୋଜିତ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଉରକେଲା ରଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସଭାପତି ଯୋଗେନ୍ଦ୍ର ବେହୁରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସମାଜପତି ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିସହ କାର୍ଯ୍ୟକ୍ରମର କୁନି କୁନି ଛାତ୍ରୀଛାତ୍ରଙ୍କର ଦ୍ଵାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ପରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମିତିର ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରାଷ୍ଟ୍ରୀୟ ନବବର୍ଷର ବୈଶିଷ୍ଟ୍ୟତା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ସମାଜପତି ରାୟଙ୍କ ସମେତ ହରେକୃଷ୍ଣ ମାଝୀ ସତ୍ୟ ନାରାୟଣ ଦାସ, ପ୍ରଭାତ ପ୍ରଧାନ, ରଘୁନାଥ ଦାସ, ସୁଦର୍ଶନ ମହନ୍ତି, ଦିଲ୍ଲୀପ ରାଉତ, ବନବିହାରୀ ଜେନା, ଚନ୍ଦ୍ରଭାନୁ ମୁଣ୍ଡା, ଅନୀଳ ଚୌଧୁରୀ ପ୍ରମୁଖ ବିଶେଷ ସହଯୋଗୀତା କରିଥିଲେ ।