oom

ସ୍ୱଚ୍ଛ ସୁନ୍ଦର ହେବ ବଲାଙ୍ଗିର ସହରର ମହାରାଣୀ ସାଗର : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କାମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସବୁଠୁ ବଡ଼ ପୋଖରୀ ମହାରାଣୀ ସାଗର ଏବେ ସ୍ୱଚ୍ଛ ସୁନ୍ଦର ହେବ । ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆଜି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଚାଲିଛି ଏହି ପୋଖରୀର ଜଳ ନିଷ୍କାସନ । ରାଜ୍ୟ ସରକାରଙ୍କ ‘ମୋ ପୋଖରୀ’ ଯୋଜନା ମାଧ୍ୟମରେ ବଲାଙ୍ଗିର ସହରର ପୋଖରୀଗୁଡ଼ିକୁ ପୁନଃଉଦ୍ଧାର କରାଯିବା ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ଆବଶ୍ୟକ ଅର୍ଥ ମଂଜୁର ହୋଇଥିବା ବେଳେ ଆଜି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ସହ ଉପାଧ୍ୟକ୍ଷା ଓ କାଉନ୍‌ସିଲର୍‌ମାନଙ୍କ ଉପସ୍ଥିତିରେ କାମ ଆରମ୍ଭ ହୋଇଛି । ତେବେ ମହାରାଣୀ ସାଗରର ପୁନଃଉଦ୍ଧାର ନିମନ୍ତେ ଏବେ ପ୍ରଥମ ପର୍ଯ୍ୟାୟ ଅନୁଦାନ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ସଂପୂର୍ଣ୍ଣ ସ୍ୱଚ୍ଛ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହୁରି ଅନୁଦାନ ଆସିବ ବୋଲି ସୂଚନା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା, ‘ମୋ ପୋଖରୀ’ ଯୋଜନାରେ ବଲାଙ୍ଗିର ସହରର ପୋଖରୀ ଗୁଡ଼ିକର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ପାଇଁ ଏସ୍‌ଏଚ୍‌ଜି ମା’ମାନଙ୍କୁ ଉଚିତ ତାଲିମ୍‌ ପ୍ରଦାନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିବା କୁହାଯାଇଛି । ମହିଳା ସଶକ୍ତିକରଣ ପ୍ରତି ସରକାରଙ୍କ ଏଭଳି ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ।

jittmm
Leave A Reply

Your email address will not be published.