ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ଗତ ବୁଧବାର ଦିବା ୨ ଘଣ୍ଟା ସମୟରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ତାଙ୍କ ମୃତ୍ୟୁ ବେଳକୁ ୯୫ ବର୍ଷ ହେଉଥିଲା । ସୂଚନା ଅନୁସାରେ ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାମ ତୀର୍ଥରାଜ ସାହୁ ଥିଲା । ଢେକଳ ବାବା ନାମରେ ସେ ବେଶ ଜଣାଶୁଣା । ତାଙ୍କର ପ୍ରେରଣାରେ ଅନେକ ସାଧୁ ସନ୍ଥ ସୃଷ୍ଟି କରିପାରିଥିଲେ । ସେ ଜଣେ ଶାନ୍ତ ଶିଷ୍ଟ ମେଳାପୀ ଧର୍ମ ଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟ ଥିଲା । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମହାପ୍ରୟାଣ ସମୟରେ ପରିବାରର ସଦସ୍ୟ ସଦସ୍ୟା, ସାଧୂସନ୍ଥ ତଥା କୁସମେଲ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କର ମଠରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.