om academy

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ମଙ୍ଗଳବାର ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପୂର୍ବଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି(ସୋମବାର)ରେ ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କୁ ବନକ ଲାଗି ନୀତି କରିବେ । ଏହି ନୀତି ସମୟରେ ଗୁଣ୍ଡିଚା ମନ୍ଦିରର ଦ୍ୱାର ବନ୍ଦ ସହ ୪ ଘଣ୍ଟା (୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ) ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରି ପଛ ଭୋଗ ମଣ୍ଡପ ନୀତି ସରିବା ପରେ ବନକ ଲାଗି ନୀତି ଆରମ୍ଭ ହେବ । ଭୋଗ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ । ପରେ ଆଡ଼ପ ମଣ୍ଡପକୁ ଉଠି ନୀତି ସମ୍ପାଦନ କରିବେ ।

Leave A Reply

Your email address will not be published.