oom

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସୁନାବେଶ ବୁଧବାର ସ୍ଥାନୀୟ ଟିକ୍ରାପଡା ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ ବଡଏକାଦଶୀ ଦିନ ଅନୁଷ୍ଠିତ ହୋଇଥିବା ଏହି ବେଶକୁ ବଡ ତଡଉ ବେଶ ବା ରାଜରାଜେଶ୍ୱର ବେଶ ମଧ୍ୟ କୁହାଯାଏ । ଏହି ଜାତିର ଅଧିଶ୍ୱର ଭାବରେ ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବେ ଶ୍ରୀ ଜୀଉ ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ବେଶ ହେଉଛି ଏକ ବିଶେଷ ମାନସିକତା, ଭାବବସ୍ଥା ତଥା ପ୍ରକୃତିର ପ୍ରତିଫଳନ । ଶ୍ରୀ ଜଗନ୍ନାଥଙ୍କର ୨୪ଟି ବେଶ ମଧ୍ୟରୁ ସର୍ବଶ୍ରେଷ୍ଠ ଏହି ସୁନାବେଶର ମହାତ୍ମ୍ୟ ଗାନ କରିବା ଅସମ୍ଭବ । ମହାବାହୁ ଗୋଟିଏ ବର୍ଷ ମଧ୍ୟରେ ୪ଥର ସୁନା ବେଶରେ ଅଳଙ୍କୃତ ହୋଇଥାନ୍ତି । ଯଥା: ଦୋଳ ପୂର୍ଣ୍ଣିମା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମୀ ଓ ରଥ ଉପରେ ଆଷାଢ ଶୁକ୍ଳ ଏକାଦଶୀ ଦିନ ତେଣୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି “ଦୋଳେ ତୁ ଦୋଳ ଗୋବିନ୍ଦମ୍‌, ଚାପେ ତୁ ମଧୁ ସୁଦନମ୍‌, ରଥତୁ ବାମନ ଦୃଶ୍ୟାମ୍‌ ପୂର୍ନଜନ୍ମ ନ ବିଦ୍ୟତେ” ସେଥି ପାଇଁ ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କଲେ କୋଟି ତିର୍ଥ ପୂଣ୍ୟଫଳ ମିଳିବା ସହିତ ସମସ୍ତ ପାତକନାଶ ଯାଇ ମୋକ୍ଷପ୍ରାପ୍ତ ମିଳେ ବୋଲି ବିଶ୍ୱାସ ରହିଛି । ସେଥି ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ, ଦର୍ଶକମାନେ ସନ୍ଧ୍ୟା ୫ଟା ପରେ ଜାନ୍ଦ ମନ୍ଦିରକୁ ଯାଇ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କ ରଥ ଉପରେ ସୁନାବେଶ ଦର୍ଶନ କରି ଅପାର ଆନନ୍ଦ ଲାଭ କରିଥିଲେ । ସୁନାବେଶ ଉପଲକ୍ଷେ ଚାନ୍ଦ ମନ୍ଦିର ରଥ କମଟି ତରଫରୁ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ଭଜନ କାର୍ଯ୍ୟକ୍ରମ ସମାବେଶ ଭକ୍ତିପ୍ରାଣ ଦର୍ଶକ ମଣ୍ଡଳୀକୁ ସେଠାରେ ବାନ୍ଧି ରଖିବାରେ ବିଶେଷ ସହାୟକ ହୋଇ ପରିବେଶକୁ ଆହୁରି ମନ୍ତ୍ରମୁଗ୍ଧ କରି ଦେଇଥିଲା । ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ନୂଆପଡାର ବରିଷ୍ଠ ତଥା ପ୍ରତିଷ୍ଠାତା ଧନେଶ୍ୱର ଦାସଙ୍କ ନିର୍ଦ୍ଦେଶନାରେ କଳାକାରମାନେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ମହାପ୍ରଭୁଙ୍କୁ ସୁନାବେଶରେ ସଜାଇ ଥିଲେ ନିମାଇଁ ଚରଣ ହାତୀ, ସତ୍ୟନାରାୟଣ ଶତପଥୀ ଓ ଦ୍ୱିଜରାଜ ମିଶ୍ର । ପରିଶେଷରେ ରଥ କମିଟି ସଭାପତି ପ୍ରଦୀପ ଚାନ୍ଦ ସମବେତ ଭକ୍ତ ରଞ୍ଜିତ ପଣ୍ଡା, ଅଶୋକ ଚାନ୍ଦ, ମହେନ୍ଦ୍ର ବାଗ, ପଦ୍ମଲୋଚନ ଯୋଷୀ, ସୁଧିର ଚାନ୍ଦ, ରାଜକୁମାର ମିଶ୍ର, ଅନିଲ ଠାକୁର, ଛାୟାକାନ୍ତ ସାହୁ, ରାଜୀବ ମିଶ୍ର, ସୁଧିର ତ୍ରିପାଠୀ, ଜୟକୃଷ୍ଣ ପଟେଲ, ଅଲୋକ ଚାନ୍ଦ, ଶିବ ନାୟକ, ସୁମନ ବାବୁ, ରାଜୀବ ବେହେରା, ଜଗନ୍ନାଥ ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ତଥା ରାମ ମନ୍ଦିର ପୂଜା କମିଟିର କର୍ମକର୍ତ୍ତାଙ୍କ ଆକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.