om academy

‘କୋଶଲ ପ୍ରବାହ’ର ମହାପ୍ରଭାବ : ଦୁଆରୁ ବରିହାଙ୍କୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁର ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ କରୁଣ କାହାଣୀ ‘କୋଶଳ ପ୍ରବାହ’ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରଶାସନ ସାହାଯ୍ୟର ହାତ ବଢାଇଛନ୍ତି । ପଦ୍ମପୁର ବିଡ଼ିଓ ଶ୍ରୀ ନାଗଙ୍କ ନିର୍ଦ୍ଦେଶ କ୍ରମେ ଦହିଗାଁ ପଞ୍ଚାୟତ କର୍ମଚାରୀ ଦୁଆରୁଙ୍କ ଘରକୁ ଯାଇ ତିନି ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ବିଦ୍ୟୁତ୍‌ ସଂଯୋଗୀକରଣ କରିଛନ୍ତି । ଖବର ଦେଖି ଲେବର ଅଫିସର କର୍ମଚାରୀ ମାନେ ମଧ୍ୟ ଶ୍ରୀ ବରିହାଙ୍କ ଘରକୁ ଆସି ଘଟଣା ବିଷୟରେ ବୁଝିଥିଲେ ଏବଂ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଦହିଗାଁ କଲୋନୀ ପଡାର ଶାନ୍ତିଲାଲ ବରିହା ସବୁବେଳେ ଦୁଆରୁ ବରିହାଙ୍କ ପରିବାରକୁ ସହଯୋଗ କରି ଆସୁଛନ୍ତି । ‘କୋଶଲ ପ୍ରବାହ’ ପରିବାରକୁ ଦୁଆରୁ ଓ ତାଙ୍କ ସ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.