ବିଦ୍ୟୁତ ତାରରେ ବରାହ ମାରିବା ପ୍ରୟାସ ଯୁବକଙ୍କୁ ମହଙ୍ଗା ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ନିକଟରେ ବିଦ୍ୟୁତ ତାରରେ କରେଣ୍ଟ ଲଗାଇ ବରାହ ମାରିବା ପ୍ରୟାସ କରୁଥିବା ଯୁବକମାନଙ୍କୁ ମହଙ୍ଗା ପଡିଛି । ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡି ଅଭିଯୁକ୍ତମାନେ ଜେଲ ଯାଇଥିବା ଜଣାପଡିଛି । ସେମାନେ ହେଲେ ପାଇକମାଲ ଥାନା ମିଠାପାଲି ଗ୍ରାମର ସାଗର ଧରୁଆ (୪୭) ଓ ମୀନକେତନ ରାଉତ (୩୪) ଏନେଇ ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ ଦଫା ୫୪ କେସ ନମ୍ବର ୩୪/୨୪ ଅନୁସାରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ନିକଟରେ ବରାହ ଆସୁଥିବା ଜାଣି ମିଠାପାଲି ଗ୍ରାମର କେତେକ ଲୋକ ବିଦ୍ୟୁତ ତାରରେ ମାରିବା ପାଇଁ ଚିନ୍ତା କରି ମହାବିଦ୍ୟାଳୟକୁ ଯାଇଥିବା ୧୧ କେଭି ତାରରେ ହୁକ କରି ୨ କିଲୋମିଟର ଯାଏ ପତଳା ଜେଇ ତାର ଲମ୍ବାଇ ବିଦ୍ୟୁତ ସଂଯୋଗ କରି ଥିଲେ । କିଛି ସମୟ ପରେ ନୃସିଂହନାଥ ବନବିଭାଗ କର୍ମଚାରୀମାନେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତ ୨ ଜଣଙ୍କୁ ଧରିଥିଲେ ଏବଂ ତାଙ୍କୁ ପଚରା ଉଚରା କଲା ପରେ ସେମାନେ ଘଟଣା ଟିର ସବୁକଥା ପ୍ରକାଶ କରିଥିଲେ । ଅନ୍ୟ ୨ ଜଣ ଅଭିଯୁକ୍ତ ମିଠାପାଲି ଗ୍ରାମର ଗିରି ସେଠ ଓ ଚଏତରାମ ଗୋଛି ଫେରାର ହୋଇ ଯାଇଛନ୍ତି ତାଙ୍କୁ ଖୋଜା ଚାଲିଛି ବୋଲି ଫରେଷ୍ଟର ଜଣାଇଛନ୍ତି । ଏହି କାର୍ଯ୍ୟରେ ଫରେଷ୍ଟର ଉଦ୍ଧବ ପ୍ରଧାନ ଫରେଷ୍ଟ ଗାର୍ଡ ଶାନ୍ତନୁ ପ୍ରଧାନ, ପିତାମ୍ବର ଦଣ୍ଡସନା, ଦିବ୍ୟରଞ୍ଜନ ହାତୀ, ରୂପାନନ ମାଝୀ ପ୍ରମୁଖ ଧରପଗଡ଼ରେ ସମସ୍ତେ ଉପସ୍ଥିତ ଥିଲେ ପାଇକମାଲ ଅଂଚଳରେ ଅନେକ ଜଙ୍ଗଲ ଜାଗାମାନଙ୍କୁ ବରାହମାନେ ଫସଲ ଖାଇବାକୁ ଆସନ୍ତି ଓ ଶିକାରୀମାନେ ଏହିପରି ବିଦ୍ୟୁତ ଲାଇନ ଚୋରୀ କରି ବନ୍ୟଜନ୍ତୁ ମାରି ଥାନ୍ତି ବେଳେ ବେଳେ ମଣିଷ ମଓ୍ୟ ମରିଯିବାର ନଜିର ରହି ଥିଲେ ହେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ମିଳୁ ନଥିବାରୁ ସେମାନେ ବାରମ୍ବାର ଏମିତି ଜଘନ୍ୟ କାମ କରୁଛନ୍ତି । ସାଧାରଣ ମାଂସ ଟିକିଏ ଲୋଭରେ ବିଛା ଯାଇଥିବା ତାର ନିକଟରେ ନୃସିଂହନାଥ ଆସୁଥିବା ଯାତ୍ରୀ ଯଦି ସେ ପଟକୁ ଶୌଚ ପାଇଁ ଯାଇଥାନ୍ତେ ତେବେ ଅବସ୍ଥା କଣ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.