centurian jitm

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତିକୁ କ୍ୟାବିନେଟ୍ ମଞ୍ଜୁରି

● ଜାନୁଆରୀ ପହିଲା ୨୦୨୫ ଠାରୁ ପିଛିଲା ଭାବେ ହେବ ଲାଗୁ
● ଉପକୃତ ହେବେ ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ
● ରାଜକୋଷ ଉପରେ ବାର୍ଷିକ ୬୬୧୪.୦୪ କୋଟି ଟଙ୍କାର ବୋଝ ପଡ଼ିବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହି ବୃଦ୍ଧି ଜାନୁଆରୀ ପହିଲା ୨୦୨୫ ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନର ୫୩ ପ୍ରତିଶତ ମୂଳ ବେତନ/ପେନସନ ଉପରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି ଯାହାଦ୍ୱାରା ମହଙ୍ଗା ଦର ଭରଣା କରାଯାଇପାରିବ । ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟ ବୃଦ୍ଧି ଫଳରେ ସରକାରୀ ରାଜକୋଷ ଉପରେ ବାର୍ଷିକ ୬୬୧୪.୦୪ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ୱାରା ପ୍ରାୟ ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହି ବୃଦ୍ଧି ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିସ ଆଧାରରେ ମଞ୍ଜୁର ଫର୍ମୁଲା ଆଧାରରେ କରାଯାଇଛି ।

Leave A Reply

Your email address will not be published.