ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ସଚେତନ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମହିମ ରାଜ୍ୟପାଳଙ୍କ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତ ସମୟରେ ସଚେତନ ନାଗରିକଙ୍କ ତରଫରୁ ସାକ୍ଷତ କରି ସ୍ୱାଗତ ଜଣାଇବା ସହ ପଦ୍ମପୁରର ଦୀର୍ଘ ଦିନର ଦାବୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ଉପୁଜୁଥିବା ସମସ୍ୟା ବିଷୟରେ ଅବଗତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ । ଏହା ସହ ଗତ ତିନି ଦଶନ୍ଧିର ଉକ୍ତ ଦାବୀ ଯାହାକି ବରଗଡ଼ ଜଳସେଚିତ ଜିଲ୍ଲାରେ ଥିବା ପଦ୍ମପୁର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଯାହାର ବିଭାଜନ ହିଁ ଏହାର ବିକାଶର ଏକମାତ୍ର ପଥ ଏଣୁ ଏହି ଯୁକ୍ତିଯୁକ୍ତ ଦାବିକୁ ଗମ୍ଭୀରତା ଦେଇ ମହାମହିମ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଜିଲ୍ଲା ପୁନର୍ଗଠନ ପାଇଁ ନିର୍ଦେଶ ଦେବାପାଇଁ ଅନୁରୋଧ ଜଣାଇଛନ୍ତି । ସଚେତନ ନାଗରିକ ପ୍ରତିନିଧି ଦଳରେ ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ଶ୍ରୀକାନ୍ତ ପାଣିଗ୍ରାହୀ, ଅଶୋକ ମିଶ୍ର, ସରୋଜ ପାଣିଗ୍ରାହୀ, ସୁବାସ ପାତ୍ର, ସରୋଜ ମିଶ୍ର, ଜୋସ୍ନାରାଣୀ କର, ସୁନୀଲ ଅଗ୍ରୱାଲ, କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ଦୀନେଶ ବାରିକ, ସୁରଜ ସୁନା, ମଣ୍ଟୁ ପାଣ୍ଡେ, ନୀତେଶ ବାଗ ପ୍ରମୁଖ ଉପସ୍ଥିତ ରହି ଅନୁରୋଧ ଜଣାଇଛନ୍ତି ।

jittmm
Leave A Reply

Your email address will not be published.