ଭୀମଭୋଇ ମେଡିକାଲ୍‌ କଲେଜ ଷଷ୍ଠ ବାର୍ଷିକ ଉତ୍ସବରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଭୀମଭୋଇ ମେଡିକାଲ କଲେଜ ଡିନ୍‌ ଡ. ସ୍ଵୟଂପ୍ରଭା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍‌ୱାର୍‌, ଏସ୍‌ପି ରିଷିକେଶ ଖିଲାରୀ, ମେଡିକାଲ କଲେଜ ସଭାପତି ପ୍ରିୟାଂଶୁ ପଣ୍ଡା, ସାଧାରଣ ସମ୍ପାଦକ ସରୋଜ ଚନ୍ଦ୍ର ବେହେରା ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ ଏହି କଲେଜ ଯେଉଁ ମହାପୁରୁଷଙ୍କ ନାମରେ ପ୍ରତିଷ୍ଠା ହୋଇଛି, ତାଙ୍କ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ଆଗାମୀ ଦିନରେ ଭୀମଭୋଇ ମେଡିକାଲ୍‌ କଲେଜରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଯୋଜନା କରାଯାଉଛି ଏବଂ ଏହାଫଳରେ ବଲାଙ୍ଗିର ଜିଲ୍ଲାରେ ବିଶେଷଜ୍ଞ ଡାକ୍ତର ବାହାରିବେ ଏବଂ ଡାକ୍ତର ଅଭାବ ରହିବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

jittmm
Leave A Reply

Your email address will not be published.