om academy

ଚନ୍ଦନଭାଟିରେ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

jsm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଚନ୍ଦନଭାଟି ମେହେରପଡାଠାରେ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ବଡ ଧୁମ୍‌ଧାମ୍‌ରେ ମହାଲକ୍ଷ୍ମୀ ପୂଜା ସଂପନ୍ନ ହୋଇଯାଇଛି । ଗତ ୨୧ ତାରିଖ ଗୁରୁବାର ଦିନ ଏହା ଆରମ୍ଭ ହୋଇଥିବା ବେଳେ ୨୬ ତାରିଖ ମଙ୍ଗଳବାର ଦିନ ମହାସମାରୋହରେ ସଂପନ୍ନ ହୋଇଯାଇଛି । ଗତ ଛଅଦିନ ଧରି ହଳଦୀ ଗ୍ରାମର ହରିହର ପାଢୀ ପାରାୟଣ ଗାୟନ କରି ସମସ୍ତ ଭକ୍ତମାନଙ୍କୁ ଭକ୍ତିରସରେ ଭିଜେଇ ଦେଇଥିଲେ । ଏହି ପୂଜା ଗତ ୧୮ ବର୍ଷ ହେବ ନିରାଡମ୍ବର ସହିତ ପାଳିତ ହୋଇଆସୁଛି । ସଭାପତି ମାଧିଆ ମେହେର, ସଂପାଦକ ସାଧିଆ ମେହେର ଏବଂ କୋଷାଧ୍ୟକ୍ଷ ଜୟନାରାୟଣ ମେହେର ଆଗକୁ ମଧ୍ୟ ଏହି ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.