lika

କଲେଜ ହଷ୍ଟେଲରେ ରେଗିଙ୍ଗ : ୨ ମହଲା ଛାତ ଉପରୁ ଡେଇଁଲେ ଛାତ୍ର

gbag

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଏକ ଘରୋଇ କଲେଜ ହଷ୍ଟେଲରେ ରେଗିଙ୍ଗ ଯୋଗୁ ଜଣେ ଛାତ୍ର ୨ ମହଲା ଉପରୁ ଡେଇଁ ପଡିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ବିନାୟକ କଲେଜ ହଷ୍ଟେଲରେ ରବିବାର ରାତିରେ କିଛି ଛାତ୍ର ସେହି କଲେଜର ଜଣେ ଛାତ୍ରକୁ ମାଡ଼ ମାରିବା ଏବଂ ରେଗିଙ୍ଗ କରିବା ଯୋଗୁ ଛାତ୍ର ଜଣକ ଭୟରେ ଅନ୍ୟ ଉପାୟ ନପାଇ ଜୀବନ ବଞ୍ଚାଇବାପାଇଁ ୨ ମହଲା ହଷ୍ଟେଲ ଉପରୁ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ମଧ୍ୟ ଏହି କଲେଜ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରଙ୍କ ନିକଟସ୍ଥ ନାଳରେ ବୁଡି ମୃତ୍ୟୁ ଘଟିଥିଲା । ସେହି ସମୟରେ ମଧ୍ୟ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ ।

babaa
Leave A Reply

Your email address will not be published.