centurian jitm

କୋଶଳ ସଂଗ୍ରାମୀ ବୀରବଲ ମହାକୁରଙ୍କ ପିତୃ ବିୟୋଗ

ବରଗଡ, ( ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା କାଶୋଳ ସଂଗ୍ରାମୀ ଵୀରବଲ ମହାକୁରଙ୍କ ପିତୃ ବିୟୋଗ । ଆଜି ମଙ୍ଗଳବାର ଦିନ ୧୧ଘଣ୍ଟା ସମୟରେ କୋଶଲ ସେନାର ରାଜ୍ୟ ସମ୍ପାଦକ ବୀରବଲ ମହାକୁରଙ୍କ ପିତା ମନବୋଧ ମହାକୁରଙ୍କ ୮୦ବର୍ଷ ବୟସରେ ସ୍ୱର୍ଗବାସ ହୋଇଛି । ସ୍ୱର୍ଗତ ମହାକୁର ଜଣେ ସଚୋଟପଣିଆ ମଣିଷ ଥିବା ବେଳେ ଅନ୍ୟାୟ ବରଦାସ୍ତ କରିପାରୁନଥିଲେ ସେ ସବୁବେଳେ ଲୋକଙ୍କ ସୁବିଧା ଅସୁବିଧାରେ ଆଘବାର ହୋଇ ଛିଡା ହେଉଥିଲେ । ତାଙ୍କର ବିୟୋଗରେ ଆଜି କଳାଙ୍ଗାପାଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ପଛରେ ପାଞ୍ଚ ଝିଅ, ତିନି ପୁଅ ସମେତ ଏକ ବିରାଟ ପରିବାର ଛାଡି ଯାଇଛନ୍ତି । ତାଙ୍କର ଶେଷ ଯାତ୍ରାରେ ଗ୍ରାମର ଶତାଧିକ ବ୍ୟକ୍ତି,କୋଶଳ ସେନାର ସମସ୍ତ ସଂଗ୍ରାମୀଙ୍କ ସହିତ ସଂକଳ୍ପ ପରିବାର,ସଂଯୁକ୍ତ କୃଷକ ସଂଗଠନର କର୍ମକର୍ତା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.