oum

ମହାକୁମ୍ଭ ମେଳା ପାଇଁ ପୁରୀରୁ ଏହି ସମୟରେ ଚାଲିବ ସ୍ୱତନ୍ତ୍ର ରେଳ

jsm

ପୁରୀ : ମହାକୁମ୍ଭ ମେଳା ପାଇଁ ପୁରୀରୁ ଋଷିକେଶ ରେଳ ଚଳାଚଳ କରିବ । ଏସଂକ୍ରାନ୍ତରେ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୨୭ରୁ ଅପ୍ରେଲ ୩୦ ମଧ୍ୟରେ ପୁରୀରୁ ରାତି ୮ଟା ୪୫ରେ ପୁରୀ-ଋଷିକେଶ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଅପରପକ୍ଷରେ ଜାନୁଆରୀ ୩୦ରୁ ମେ’ ୩ ମଧ୍ୟରେ ଋଷିକେଶରୁ ଭୋର ୫ଟା ୩୫ରେ ଛାଡ଼ିବ । ଏହି ଟ୍ରେନ ପୁରୀ ଓ ଝାରସୁଗୁଡ଼ା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ଼, ଭଦ୍ରକ, ସୋର, ବାଲେଶ୍ୱର, ହିଜିଲି, ଚକୁଲିଆ, ଘଟଶିିଳା, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର ଷ୍ଟେସନରେ ଏବଂ ରାଇଗଡ଼ ଓ ଋଷିକେଶ ମଧ୍ୟରେ ଉଭୟ ପାଶ୍ୱର୍ର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣୀ କରିବ ।

Leave A Reply

Your email address will not be published.