ବଲାଙ୍ଗିର, (କେପିଏନ୍ଏସ୍) : ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍ଏସ୍ଡ଼ି) ବଣାଇମୁଣ୍ଡା ଠାରେ ବାର୍ଷିକ ଉତ୍ସବ ‘ମହକ’ ମହାଆଡ଼ମ୍ବର ସହକାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ଞାନମଞ୍ଜରୀ ଶିକାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମଙ୍ଗଳ ଅଧିକାରୀ ବଂଶୀଧର କିଷାନ ସଭାପତିତ୍ୱ କରିଥିବାବେଳେ ପାଟଣାଗଡ଼ ତହସିଲଦାର ରୁଦ୍ରମୋହନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସିଆର୍ସିସି ଭକ୍ତବନ୍ଧୁ ବିଶ୍ଵାଲ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ସେଠ ସମ୍ମାନିତ ଅତିଥି ଭାବେ ତଥା ପଂଚାୟତ ସମିତି ମହାବିଦ୍ୟାଳୟ ଘସିଏନ୍ର ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ । ଶୃଙ୍ଖଳା ହିଁ ଜୀବନରେ ସଫଳତାର ଚାବିକାଠି ବୋଲି ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଧ୍ୟୟନକୁ ଜୀବନରେ ଛାତ୍ରମାନେ ଧ୍ୟେୟ କରିବା ସହ କତ୍ର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତୀ ହେବା ଉଚିତ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ । ଏ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ବିକ୍ରମ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।