oom

ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପ୍ରଥମ ଦିବସରେ ୩୦ହଜାର ୧୦୦ ବୀଜ ମନ୍ତ୍ର ଜପ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ରବିବାର ବିଶ୍ୱଶାନ୍ତି ମହାଯଜ୍ଞ ପ୍ରଥମ ଦିବସରେ ୩୦ହଜାର ୧୦୦ ନୃସିଂହ ବୀଜ ମନ୍ତ୍ର ଜପ ହୋଇଯାଇଛି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ଲିଙ୍ଗରାଜ ଦେବତା, ରାମଚନ୍ଦ୍ର ତ୍ରିପାଠୀ, ଫକିର ଶତପଥୀ, ବିକାଶ ଦେବତା, ମିତ୍ରଭାନୁ ଦେବତା, ଜୟନ୍ତ ଦାସ, ମୁନା ଦେବତା, ସିଦ୍ଦେଶ୍ୱର ସାବତ, ଦେବରାଜ ପଣ୍ତା, ରଙ୍କମଣୀ ଦେବତା, ହିମାଂଶୁ ପଣ୍ତା ମୋଟ ୧୨ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ବୀଜ ମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଜ୍ଞ ପରିଚାଳନାରେ ମେଳା କମିଟିର ସଦସ୍ୟ ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ଡିଗ୍ରୀଧର ସାହୁ ଦାୟିତ୍ୱ ତୁଲାଇ ଥିବାବେଳେ ଅନିଲ ସାହୁ, ଚିନ୍ତାମଣି ରାଓ, ସୁନନ୍ତ ସାହୁ ପ୍ରମୁଖ ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ । ବୈଶାଖ ମେଳାର ପ୍ରଥମ ଦିନରେ ଯଜ୍ଞ ପୀଠରେ ରୀତି ନୀତି ସହ ପୂଜା ପାଠ ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ପାଶ୍ୱ ଦେବାଦେବୀଙ୍କୁ ଆବାହନ କରାଯାଇଛି । ଆଜି ଭୋରରୁ ମନ୍ଦିର ବାଳ ବ୍ରହ୍ମଚାରୀ ପଣ୍ଡିତ ମାନେ ନୃସିଂହନାଥ ମହାପ୍ରଭୁଙ୍କୁ ଯଥା ରୀତି ପୂଜାର୍ଚ୍ଚନା କରି ହଜାର ହଜାର ଭକ୍ତ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାରୁ ତାଙ୍କ ଦର୍ଶନ କରାଉଛନ୍ତି । ବୈଶାଖ ମେଳାକୁ ସୁପରିଚାଳନା ପାଇଁ କମିଟିର ସଭ୍ୟ ମାନେ ନିଜ ନିଜର ଦାୟିତ୍ୱ ତୁଳାଇଛନ୍ତି । ଶହଶ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ ନିଜର ପରିବାର ସହ ଭଗବାନ ମାର୍ୟାର କେଶରୀଙ୍କ ଠାରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ଲଭିଛନ୍ତି ।

jittmm
Leave A Reply

Your email address will not be published.