ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ କଲ୍ୟାଣ ସଂଘ ପକ୍ଷରୁ ୮ମ ବିଶ୍ୱଶାନ୍ତି ବୈଦିକ ୨୧ କୁଣ୍ଡୀୟ ମହାଯଜ୍ଞ ଆସନ୍ତା ୨ତାରିଖ ଠାରୁ ଆରମ୍ଭ ହେବ । ଇସ୍ପାତ ମାର୍କେଟ ସ୍ଥିତ ନାମଯଜ୍ଞ ପଡିଆରେ ଆସନ୍ତା ୨ ଓ ୩ ତାରିଖ ଦିନ ହରି କଥାମୃତ ଆୟୋଜିତ ହେବ । ସ୍ୱାମୀ ମୁକୁନ୍ଦକୃଷ୍ଣ ମହାରାଜ ପ୍ରବଚକ ଭାବେ ଯୋଗଦେଇ ହରି କଥା ଉପରେ ପ୍ରବଚନ ଦେବେ । ୫ ତାରିଖ ଦିନ ଷୋଡଶ ପ୍ରହର ନାମଯଜ୍ଞ ଉଦ୍ଯାପିତ ହେବ । ଚଳିତ ବର୍ଷ ଗଞ୍ଜାମ, ରାଉରକେଲା, ଯାଜପୁର, ନଦିୟା, ପୁରୁଲିଆରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେବା ନେଇ ନାମଯଜ୍ଞ ପଡିଆ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଉପଦେଷ୍ଟା ମଣ୍ଡଳୀର ଶଙ୍କର ଜେନା, ଭଗବାନ ବିଶ୍ୱାଳ, ମୁରଲିଧର ମିଶ୍ର, ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ତ୍ରିପାଠୀ, ଉପସଭାପତି ଅଜୟ କୁମାର ବେହେରା, ସାଧାରଣ ସଂପାଦକ ଦୁଃଶାସନ ସାହୁ, ସଂପାଦକ ସରୋଜ ଖଟୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି ଏଥିରେ ଜନସାଧାରଣ ଯୋଗଦେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସାମଲ, ବିଦ୍ୟାଧର ପରିଡା, ବଳରାମ ସାହୁ, ଜ୍ଞାନେନ୍ଦ୍ର ସିଂହ, ମୁରଲିଧର ପାଣିଗ୍ରାହୀ, ରଂଜୀବ କୁମାର ଦାସ, ଉପେନ୍ଦ୍ର ଜେନା, ଦେବେନ୍ଦ୍ର ବାରିକ, ଧୃବଚରଣ ସାହୁ, ବସନ୍ତ ପରିଡା, ଅମର ସାହୁ, ସୁବାସ ସାମଲ, ମାନସ ଦାସ, ସୁମିତ ଦାସ, ପ୍ରହ୍ଲାଦ ଜେନା, ଭରତ ଚନ୍ଦ୍ର ଠକ୍କର, ଅଶୋକ ଦାସଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

Prev Post