ଅଭାବନୀୟ ଘଟଣା : ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଗତ ୧୯ ଫେବୃଆରୀରେ ମହିଳା ମାଓବାଦୀ ତଥା ସିଏନଏନ ସଦସ୍ୟ ପାଣ୍ଡେ କବାସି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ତେବେ ଗତକାଲି ରାତିରେ ସେ ବାଥରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମସମର୍ପଣ କରିବା ପରେ ତାଙ୍କୁ ମହିଳା ଡିଆରଜି ଗେଷ୍ଟ ହାଉସ୍ କର୍ଲି ସାନ୍ତିକୁଞ୍ଜରେ ରଖାଯାଇଥିଲା । ସେଠାରେ ସେ ଆତ୍ମହତ୍ୟା କରିଥିବା ବେଳେ ଏହା ପଛରେ କଣ କାରଣ ରହିଛି ତାହା ଖୋଜୁଛି ପୋଲିସ ।

Leave A Reply

Your email address will not be published.