
ଭୁବନେଶ୍ୱର : ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ । ଦୋକାନ ବନ୍ଦ କରୁଥିବା ଘଟିଲା ଅଘଟଣ । ଲୁହା କବାଟରେ ଛୁଇଁ ମହିଳାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ ଗୋଜବାୟାଣୀ ଆଦର୍ଶ କଲୋନୀରୁ ଆସିଛି ଏପରି ଏକ ଘଟଣା । ଖବର ଅନୁଯାୟୀ, ମୃତ ମହିଳାଙ୍କ ସନ୍ତୋଷୀ ମଲ୍ଲିକ । ସ୍ଥାନୀୟ କଲୋନୀରେ ରହି ଛୋଟ ଦୋକାନଟିଏ କରିଥିଲେ । ସେ ଦୋକାନ ବନ୍ଦ କରୁଥିବା ବେଳେ ଲୁହା କବାଟର ସଂସ୍ପର୍ଶରେ ଆସିଯାଇଥିଲେ । ଶନିବାର ରାତିରେ କାଳବୈଶାଖୀ ବର୍ଷା ଓ ଘଡଘଡି ଲାଗି କୌଣସି କାରଣରୁ ଲୁହା କବାଟଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଯାହାଫଳରେ ମହିଳାଙ୍କୁ ଜୋରଦାର ବିଦ୍ୟୁତ ଝଟ୍କା ଲାଗିଥିଲା । ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ସଂପର୍କରେ ଖବର ପାଇ ସହିଦ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।