ସମୁଦ୍ର ବେଳାଭୂମିରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ । ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଳାଦ୍ରୀ ସମୁଦ୍ର ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ନିର୍ମିତ ମହାଦେବ । ୮ଟି ଶିବଲିଙ୍ଗ ସହ ଗଢିଛନ୍ତି ମହାଦେବଙ୍କର ୫ଟି ପ୍ରତିମୂର୍ତ୍ତି । ଏହି ବାଲୁକା କଳାରେ ଓମ୍ ନମଃ ଶିବାୟ ଲେଖିବା ସହ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.