ମୁରିବାହାଲରେ କୋଶଳ ମହାବନ୍ଦ : ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କୋଶଳାଞ୍ଚଳ ପ୍ରତି ହେଉଥିବା ବୈମାତୃକ ମନୋଭାବ ଓ ଅନ୍ୟାୟକୁ ବିରୋଧ କରି ଏକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ଆଜିର ମହାବନ୍ଦକୁ ମୁରିବାହାଲ ବ୍ଲକ ଅଞ୍ଚଳରେ ପୂର୍ଣ୍ଣ ସମର୍ଥନ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ସକାଳ ୬ଟାରୁ ସମସ୍ତ ଦୋକାନ ବଜାର, ଯାନବାହାନ ଚଳାଚଳ ସହ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ବ୍ଲକର ୨୨ଟି ପଞ୍ଚାୟତ ଅଞ୍ଚଳରେ ଏହି ମହାବନ୍ଦକୁ ସଂପୂର୍ଣ୍ଣ ସମର୍ଥନ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଫଳରେ ବନ୍ଦ ପାଳନକୁ ସମସ୍ତେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ପୂର୍ବରୁ ଯୁବାମଞ୍ଚ ପକ୍ଷରୁ ଏ ସମ୍ପର୍କରେ ପୁଲିସ ଥାନା, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ସଙ୍ଗଠନଗୁଡିକୁ ଚିଠି ମାଧ୍ୟମରେ ଓ ଡାକବାଜି ଯୋଗେ ସମର୍ଥନ କରିବା ପାଇଁ ଅନୁରୋଧ କରାଯାଇଥିଲା । କୋଶଲ ସଂଗ୍ରାମୀମାନେ ସକାଳୁ ସକାଳୁ ବାଇକ୍‌ ଶୋଭାଯାତ୍ରାରେ ଯାଇ ପିକେଟିଂ କରି ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ । ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ବିଚାରପତି କୋର୍ଟକୁ ଯାଉଥିବା ବେଳେ କୋଶଳ ସଂଗ୍ରାମୀମାନେ ତାଙ୍କୁ ଗେଟ୍‌ ସମ୍ମୁଖରେ କୋଶଳ ବନ୍ଦ ପାଳନ କରାଯାଉଥିବା ନେଇ ଅବଗତ କରି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବ୍ଲକ ସଭାପତି ତଥା ଆବାହକ ଖଗେଶ୍ୱର ପଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ବନ୍ଦ ପାଳନରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ବ୍ଲକ ସାଧାରଣ ସମ୍ପାଦକ ନାରାୟଣ ସାହୁ, କଂଗ୍ରେସ ଦଳରୁ ଯଦୁପତି ଅଗସ୍ତି, ସଂଯୋଜକ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ରାଜୀବ କୁଅଁର, ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ସଭାପତି ମଦନ ମୋହନ କୁମ୍ଭାର, ଉପସଭାପତି ବିଭୀଷଣ ମହାନନ୍ଦ, ବ୍ଲକ ଯାଦବ ସମାଜ ପକ୍ଷରୁ ଗଙ୍ଗାଧର ହେର୍ଣ୍ଣା, ମଧୂସୁଦନ ନାଗ, ମହେନ୍ଦ୍ର ବାଗ, କୃଷକ ସଙ୍ଗଠନ ସମ୍ପାଦକ ଗିରିଧାରୀ ସାହୁ, ଶ୍ରୀରାମ ସେନା ପ୍ରମୁଖ ରାଜୀବ ମହାନ୍ତି, ବ୍ଲକ ଡ୍ରାଇଭର ସଂଘ ସଭାପତି ଭିକି ମହାରଣା, ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ଥବିର ସା, ମଦନ ଥାଟି, ହରିଦାସ ତାଣ୍ଡି, ମନୁ ହଂସ, ବଜରଙ୍ଗ ଷାଣ୍ଢ, ହୃଦାନନ୍ଦ ରଣା, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ସଭାପତି ସୁଧାଂଶୁ ପୋଡ଼ ଯାଦବ, ଜନକ ଖର୍ସେଲ, ଦୀପକ ହାତୀ, ଲିକୁନ ସାହୁ, ଗୋବିନ୍ଦ ସେଠ, ବଡ଼ ସାହୁ, ବିରଞ୍ଚି ଭୋଇ, ବୀରେନ୍ଦ୍ର ଚନ୍ଦନ, ଉଦୟ ସାହୁ, କୁଞ୍ଜ ବନଛୋର, ଲିଲୁ ଜାଲ, ଉଦିତ କଟା, ଓକିଲ ସଂଘ ସଭାପତି ଜୟଦୀପ ପୁରୋହିତ, ଅନ୍ତର୍ଯ୍ୟାମୀ ମହାକୁର, ଅଭୟାନନ୍ଦ ଦାସ, ଚିନ୍ମୟ ଖର୍ସେଲ, ଦେବାର ଭୋଇ, ପ୍ରଭାକର ମାଝୀ, ଦେବ ଧରୁଆ, ୱାର୍ଡ ସଭ୍ୟ ତୁଳସୀ ସାହୁ, ପ୍ରମୋଦ ଦାସଙ୍କ ସହ ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବହୁ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁରିବାହାଲ ମୁଖ୍ୟାଲୟ ସହ ବ୍ଲକ ଅଞ୍ଚଳର ଗୁଡିଘାଟରେ ଶେଷଦେବ ସା, ମକୁନ୍ଦ ବଗର୍ତ୍ତି, ହଳଦୀରେ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ନେତୃତ୍ୱରେ ତଥା ବାଙ୍କେଲ, ଲେବଡା, ଚଳକି, ଗାଁରେଇ ସମେତ ବ୍ଲକର ସମସ୍ତ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଦଳମତ ନିର୍ବିଶେଷରେ ଶାନ୍ତି ଶୃଙ୍ଖଳାର ସହ ମହାବନ୍ଦକୁ ସଂପୂର୍ଣ୍ଣ ସମର୍ଥନ କରିଥିବାରୁ ଆବାହକ ତଥା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବ୍ଲକ ସଭାପତି ଖଗେଶ୍ୱର ପଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଥାନା ଆଇଆଇସି ସିପୋରା ସରାୟା ଲୁଗୁନଙ୍କ ସହ ସମସ୍ତ ପୋଲିସ ଟିମ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!