ବଲାଙ୍ଗିର ସହରରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ପାଳନ : ଦେକାନ ବଜାର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ପାଳନ ଜୋର୍‌ସୋର୍‌ରେ ଚାଲିଛି । ଦୋକନ ବଜାର ଠପ୍‌ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ସ୍ୱତଃ ଏହି ମହାବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହି କିଛିଦିନ ତଳେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ପଶ୍ଚିମ ଓଡିଶାର ବହୁ ସଂଗଠନ ବିଧାନସଭା ଘେରାଉ କରିଥିବା ବେଳେ ନିକଟରେ ଅର୍ଥନୈତିକ ଅବରୋଧ ମଧ୍ୟ କରାଯାଇଥିଲା । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜିର ମହାବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିରର ବହୁ ସଂଗଠନ ଏହାକୁ ସମର୍ଥନ କରିଥିବା ସୂଚନା ମିଳିଛି । ତେବେ ଆଜି ସ୍ଥାନୀୟ କଚେରି ଛକରେ ମହାବନ୍ଦ ଅବସରରେ ଏକ ସଧାରଣ ସଭାର ଆୟୋଜନ ଧୁମ୍‌ଧାମ୍‌ରେ ଚାଲିଛି ।

Leave A Reply

Your email address will not be published.