ମହା ଶିବରାତ୍ରୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାର‌ଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ହେବାକୁ ଥିବା ମହା ଶିବରାତ୍ରୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଶିବ ମନ୍ଦିର ପରିସରରେ ଏବଂ ବାହାରେ ଅଧିକ ଗହଳି କରିବା ତଥା ମେଳା ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବାରଣ କରାଯାଇଛି । କୋଭିଡ୍ ନିୟମାବଳୀ ଅନୁଯାୟୀ ଶିବରାତ୍ରୀ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.