oom

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ନିଶୁଳ୍କ ବ୍ରତୋପନୟନ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣ ମହାସଭାର ମାସିକ ବୈଠକ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଶେଷତଃ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ନିଶୁଳ୍କ ବ୍ରତୋପନୟନ ୦୨.୦୪.୨୦୨୫ରେ କରାଯିବାକୁ ସଭାରେ ସ୍ଥିର କରାଗଲା । ସଭାରେ ସହରରେ ଥିବା ବ୍ରାହ୍ମଣ ପରିବାରଙ୍କୁ ସଂଘର ସଭ୍ୟ ଭାବରେ ଗ୍ରହଣ କରାଯାଇ ସଂଘକୁ ସୁଦୃଢ କରାଯିବାକୁ ସ୍ଥିର କରାଗଲା ଏବଂ ପର୍ଶୁରାମ ବାହିନୀର ସଭ୍ୟ ସଂଖ୍ୟା ବୃଦ୍ଧି କରାଯିବାକୁ ସ୍ଥିର କରାଗଲା । ସଭାରେ ସଂପାଦକ ଜୟରାମ ମିଶ୍ର ପୂର୍ବ ମାସର ବିବରଣୀ ପାଠ କରିଥିଲେ । ସଭାରେ ସଂଘର ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥି, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସହ-ସଂପାଦକ ଶୁଭେନ୍ଦୁ ନେପାକ, ସାଂଗଠନିକ ସହର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, କିଶୋର କୁମାର ପୁରୋହିତ, କିଶୋର କୁମାର ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ସନ୍ତୋଷ କୁମାର ଶତପଥି, କିଶୋର ମୋହନ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ପୁରୁଷୋତ୍ତମ ପଣ୍ଡା, ସୁଭାଷ ଶତପଥି, ସଂର୍କିତନ ତ୍ରିପାଠି, କୃପାସିନ୍ଧୁ ମିଶ୍ର, ସିଦେ୍ଧଶ୍ୱର ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.