oom

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡକ୍ଟର ଅଶୋକ କୁମାର ସେଠୀ ଏବଂ ଡ. ଭାରତୀ ଦାସ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ପୂର୍ବକ ମାଗଣା ଔଷଧ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍‌ ତଥା ଇଂରାଜୀ ଲେଖକ ବରଗଡ ନିବାସୀ କୃଷ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସିତାଂଶୁ ଶେଖର ନାଏକ, ସଂପାଦକ ଦୁର୍ଗା ଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ଉପଦେଷ୍ଟା ସୁଦେଷ୍ଣା ପଣ୍ଡା, ସତ୍ୟବନ୍ତ ବେଦବାକ, ବିଭୁତି ଭୂଷଣ ମିଶ୍ର, ଦୁର୍ଯ୍ୟୋଧନ ନାଏକ, କୋଷାଧ୍ୟକ୍ଷ ସରିତା ସାହୁ, ସାଧୁରାମ ସାହୁ, ସରିତା ଷଡଙ୍ଗୀ, ଆଦିତ୍ୟ ନାରାୟଣ ମିଶ୍ର, ଅଂଶୁମାନ ମିଶ୍ର, ସୁନାସିନୀ ନନ୍ଦ, ପିଙ୍କି ପୁରୋହିତ, ଜନକ ବୁଡେକ, ବ୍ରହ୍ମାନନ୍ଦ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ବହୁଳ ସଂଖ୍ୟାରେ ରୋଗୀମାନେ ଏହି ଶିବିରକୁ ଆସି ଚିକିତ୍ସିତ ହୋଇଥିଲେ ।

jittmm
Leave A Reply

Your email address will not be published.