
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ସ୍ଵଧାର ଗୃହରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୀମସାରର ବରିଷ୍ଠ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ପ୍ରେଫେସର ଡ଼ଃ ବେଣୁଧର ପାଣ୍ଡେ ଯୋଗଦେଇଥିଲେ । ସେଠାରେ ଥିବା ପ୍ରାୟ ୫୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ତାଙ୍କର ଔଷଧ, ରକ୍ତ ପରୀକ୍ଷା, ଅଲଟ୍ରା ସାଉଣ୍ଡ ଆଦି ମାଗଣାରେ ଯୋଗେଇଦେବାପାଇଁ ଡ଼ଃ ପାଣ୍ଡେ ପ୍ରତିଶୃତି ଦେଇ ଥିଲେ । ତାହାସହ ସ୍ଵଧାର ଗୃହରେ ଥିବା ଅନ୍ତେବାସୀଙ୍କ ପାଇଁ ନିୟମତି ଏମିତି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବନେଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୋମନାଥ ମିଶ୍ର, ମୁକେଶ ପଧାନ, ବୁଲୁ ମହାକୁର, ଅରୁଣ ନାଏକ, କାନ୍ଦର୍ପ ରଣା, ବହ ବଗର୍ତି, ପ୍ରିୟା ମିଶ୍ର, ସୁନିତା ବେହେରା, ଶିବନି ଜାଲ ସହ ସ୍ଵଧାର ଗୃହର କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।