କୁଟାସିଂହା ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା ଖେଳ ପଡିଆରେ ସନ୍ଧ୍ୟା ପରେ ଦଳ ଦଳ ହୋଇ ଯୁବକମାନେ ନିଶା ସେବନର ଆସର ଜମାଉ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଅଂଚଳରେ ଦେଶୀ ମଦ, ଗଂଜେଇ ସମେତ ଏମ୍‌ଏସ, କରେକ୍ସ ଭଳି ବିଭିନ୍ନ ବ୍ରାଣ୍ଡର ନିଶା ଦ୍ରବ୍ୟ ବିଭିନ୍ନ ସ୍ଥାନରେ ସହଜରେ ମିଳୁଥିବାରୁ ନିଶା ସେବନ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମୟେ ସମୟେ ମଦୁଆଙ୍କ ଉତ୍ପାତ ମଧ୍ୟ ଲାଗିରହୁଛି ଆଉ ଏଥିରେ ୧୪ରୁ ୨୫ ବର୍ଷର ଯୁବ ଗୋଷ୍ଠୀ ବେଶୀ ସଂଶ୍ଳିଷ୍ଟ ରହିଛନ୍ତି । ଏଇ ଖେଳ ପଡିଆ ଅଂଚଳର ଏକ ପ୍ରମୁଖ ଖେଳପଡିଆ । ଏଠାରେ ଫୁଟବଲ, କ୍ରିକେଟ ସମେତ ବିଭିନ୍ନ ଖେଳକୁଦ ବର୍ଷସାରା ଲାଗିରହିଥାଏ, ପାଚେରୀ ନଥିବାରୁ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲିଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ତେଣୁ କରି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.