ବାପ-ଝିଅ ଉପରେ ମାଡିଗଲା ହାଇୱା

କୁଜଙ୍ଗ : କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ-ଝିଅ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ଓରଫ ବାବୁ ଓ ତାଙ୍କର ୯ ବର୍ଷର ଝିଅ ଲୋରିଆ । ରାଜକିଶୋର ଝିଅକୁ ବିଦ୍ୟାଳୟରୁ ଘରକୁ ଆଣି ଆସୁଥିଲେ । ଏହି ସମୟରେ ଏକ ହାଇୱା ସେମାନଙ୍କ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକମାନେ କଟକ ପାରାଦ୍ୱୀପ ରାଜପଥର କୋଠିଆସାହି ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ କୁଜଙ୍ଗ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

jittmm
Leave A Reply

Your email address will not be published.