oom

ଶତାୟୁ ବ୍ୟକ୍ତି ମଧୁସୂଦନ ଦାସଙ୍କୁ ସମ୍ବର୍ଦ୍ଧନା

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ସିଆଁରୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଶତାୟୁ ପୁରୁଷ ମଧୁସୂଦନ ଦାସଙ୍କୁ ବ୍ରାହ୍ମଣ ସମାଜ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ସମିତିର ସଭାପତି ଭୃଗୁରାମ କର ଶର୍ମା ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପୁରୋହିତ ଶକ୍ତିଧର ପତି, ସମ୍ମାନିତ ଅତିଥି ଭାବେ ଅଶ୍ୱିନୀ କୁମାର ଜେନା, ଗ୍ରାମ ସଭାପତି ନରେଶ ଚନ୍ଦ୍ର ପତି ପ୍ରମୁଖ ଯୋଗଦେଇ ମଧୁସୂଦନ ଦାସଙ୍କ ଦୀର୍ଘାୟୁ ଜୀବନ କାମନା କରିବା ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଦାସ ୦୧.୦୧.୧୯୨୪ ମସିହାରେ ନିଜ ଗ୍ରାମ ସିଆଁରୋଇରେ ଜନ୍ମ ଲାଭ କରି ଶହେ ବର୍ଷରେ ପଦାର୍ପଣ କରିଥିବାରୁ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । ଏଥିରେ ଶ୍ରୀ ଦାସଙ୍କ ପରିବାର ପକ୍ଷରୁ ଶହେଟି ପ୍ରଦୀପ ପ୍ରଜ୍ଜଳନ କରିବା ସହିତ କେକ୍‌ କାଟି ଖୁସି ମନାଇଥିଲେ । ଉକ୍ତ ଉତ୍ସବରେ ତିନିପୁତ୍ର ଅମୂଲ୍ୟ ଦାସ, ଶ୍ୟାମସୁନ୍ଦର ଦାସ, ରବିନ୍ଦ୍ର ଦାସ ଏବଂ ପୁତ୍ରବଧୂ, ପୁତୁରା ଗୁଣାଧର ଦାସ, ଝିଅ, ଜ୍ୱାଇଁ ଅରୁଣ ବେହେରା, ନାତି ଶିକ୍ଷକ ରାଜୀବ ଲୋଚନ, ଅଭିମନ୍ୟୁ, ଅଶ୍ୱିନୀ, ରାଜକିଶୋର, ଅଚିନ୍ତ, ସତ୍ୟଜିତ, ନାତୁଣୀ, ଅଣନାତି ପ୍ରମୁଖ ଉପସ୍ଥିତ ହୋଇ ହସଖୁସି ସହ ମିଠା ବାଣ୍ଟିଥିଲେ ।

jittmm
Leave A Reply

Your email address will not be published.