centurian jitm

ଏସ୍‌ସିଡ଼ିରେ ଲାଗିଲା ମଧୁମେହ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ ଯନ୍ତ୍ର

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପିପଲପଦର ସ୍ଥିତ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ପରୀକ୍ଷଣ ସହ ଅସ୍ତ୍ରୋପଚାର ହେଉଥିଲା କିନ୍ତୁ ମଧୁମେହ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ ପାଇଁ ଆଧୁନିକ ଯନ୍ତ୍ରପାତି ନଥିବାରୁ ସେମାନଙ୍କୁ ବାହାରକୁ ପଠାଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଥିଲା । ଏହି ଅସୁବିଧାକୁ ଆଖି ଆଗରେ ରଖି ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ ମଧୁମେହ ରୋଗୀଙ୍କ ପାଇଁ ଏକ ଆଧୁନିକ ଯନ୍ତ୍ର ଆଣି ଲୋକଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନସ୍ଥ କରିଥିଲେ । ଯାହାକି ଶନିବାର ଦିନ ଏହାର ଲୋକାର୍ପଣ କରାଯାଇଛି । ମଧୁମେହ ରୋଗୀଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ମଧୁମେହ ରୋଗୀଙ୍କୁ ଚକ୍ଷୁ ପରୀକ୍ଷଣ ପାଇଁ ପୂର୍ବରୁ ରାୟପୁର, ଭୁବନେଶ୍ଵର, ବିଶାଖାପାଟଣାକୁ ଯିବାକୁ ପଡୁଥିଲା । ଯାହାକି ଏବେ ଟିଟିଲାଗଡ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟରେ ହୋଇପାରିବ । ରେଟିନାର ସ୍ଥିତି କଣ ରହିଛି ? କିପରି ଅଛି ? କେଉଁ ଲେୟାରରେ ଅସୁବିଧା ରହିଛି ? ଏ ସଂକ୍ରାନ୍ତରେ ଥ୍ରିୀଡି ଭିଡିଓ ସହ ଫଟୋ ଚିତ୍ର ମାଧ୍ୟମରେ ରିପୋର୍ଟ ପ୍ରଦାନ କରାଯିବ । ଏହି ଚକ୍ଷୁ ରେଟିନା ପରୀକ୍ଷଣ ଯନ୍ତ୍ରରେ ସ୍କାନ ଅତି ସୂକ୍ଷ୍ମ ଭାବରେ କରିହେବ । ଏହି ଲୋକାର୍ପଣ ଅବସରରେ ଡ. ଏଚ୍‌ଏସ୍‌ ପାତ୍ର, ଟିଟିଲାଗଡ଼ ସହରର ଚକ୍ଷୁ ବିଶେଷଜ୍ଞ ଡ. ଅନିତା ହୋତା, ଡ. ପ୍ରଣତୀ ସାହୁ, ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ, ସମ୍ପାଦିକା ଶ୍ରୀମତୀ ଅଞ୍ଜଳି ବେହେରା, ଅମିତାଭ ବେହେରା ପ୍ରୋଜେକ୍ଟ କୋର୍ଡିନେଟର, ଫିଲ୍ଡ କୋର୍ଡିନେଟର ଶୈଳେନ୍ଦୁ ନନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!