om academy

ମଧୁବାବୁଙ୍କ ପ୍ରତିମୂର୍ତ୍ତି ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ନୂତନ ଗୃହ ଓ ଏହି ପରିସରରେ ଥିବା ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱରା ଉଦଘାଟିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିଜୟ କୁମାର ବରାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଗୃହ ଓ ଆବକ୍ଷ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଥିଲେ । ଛେଣ୍ଡ ୱେଲଫେୟାର କମିଟି ଓ ମଧୁସୂଦନ ପାଠାଗାର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଂପାଦକ ବ୍ରଜକିଶୋର ପାଣି ଓ ଅନ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ସହଯୋଗ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି, ଭୂପେନ ମହାପାତ୍ର, ଶିକ୍ଷାବିତ୍ ପତିତ ପାବନ ମଣ୍ଡଳ, ମହେନ୍ଦ୍ର ମହାନ୍ତି, ଭବାନୀ କବି, ପି.ପି.ରାୟ, ରମେଶ ବଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଭଷା, ସାହିତ୍ୟ ଓ ସଂଗଠନ ପ୍ରତି ପ୍ରତିବଦ୍ଧତା ଥିବା ଯୋଗୁଁ ଯୋଗେଶ୍ୱର ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଗତି ଉତ୍କଳ ସଂଘର ସଭାପତି ଅଜୟ କୁମାର ନାୟକ, ସାଧାରଣ ସଂପାଦକ ରାଧାମୋହନ ନାୟକ, ଆଦର୍ଶ ପାଠାଗାରର ସଭାପତି ଅଭୟ ଦାସ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବାସନ୍ତୀ ପାଠାଗାରର ସଭାପତି ପ୍ରଫେସର ଜେ.କେ.ରାଓ, ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଗୋପବନ୍ଧୁ ପାଠାଗାରର ସଭାପତି ନବଘନ ସାହୁ ଓ ସାଧାରଣ ସଂପାଦକ ହରିହର ଶତପଥୀଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ରାୟ ଛେଣ୍ଡ ୱେଲଫେୟାର କମିଟି ଓ ମଧୁସୂଦନ ପାଠାଗାରର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ସାଢେ ସାତ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତି ଶୃତି ଦେଇଥିଲେ । ସଂପାଦକ ଶ୍ରୀ ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଯୋଗେଶ୍ୱର ପ୍ରଧାନ, ଜୟୀରାମ ସାମଲ, ନିରଞ୍ଜନ ପ୍ରଧାନ, ସଂଜୀବ ବେହେରା, ରାଖାଲ ମହାନ୍ତି, ଉଷାରାଣୀ ନାୟକ, କୁନ୍ତଳା ସାହୁ, ରାଜଲକ୍ଷ୍ମୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କମିଟିର ସଂପାଦକ ବ୍ରଜକିଶୋର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.