ମାଧିଆପାଲି ଠାରେ ସଦର ପୋଲିସ ପକ୍ଷରୁ ୱାରେଣ୍ଟ ଲାଗିଥିବା ୨ ପଳାତକ ଆସାମୀଙ୍କ ଘର ସମ୍ମୁଖରେ ସମ୍ପତ୍ତି ବାଜ୍ୟାତି କରଣ କରାଯିବ ନେଇ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାରେଣ୍ଟ ଖିଲାପି ଲାଗି ବଲାଙ୍ଗିର ଏସ୍‌ଡିଜିଏମ୍‌ କୋର୍ଟ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆପାଲିର ୨ ଜଣ ବ୍ୟକ୍ତିଙ୍କୁ ପଳାତକ ଆସାମୀ ଘୋଷିତ କରିଥିବା ବେଳେ ଆଜି ସଦର ଥାନା ପୋଲିସ ପକ୍ଷରୁ ମାଧିଆପାଲି ଠାରେ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଡିବଡିବି ବାଜା ବଜାଇ ପଳାତକ ଆସାମୀଙ୍କ ଘରେ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଯଦି କୋର୍ଟ କିମ୍ବା ନିକଟସ୍ଥ ଥାନାରେ ଆସାମୀ ହାଜିର ନହେଲେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାତି କରଣ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ୨ ଜଣ ପଳାତକ ଆସାମୀମାନେ ହେଲେ ରାଜା ଓରଫ ମିଟୁ ନାଗ ଓ କୁନୁ ଓରଫ ସୁରେଶ ନାଗ ।

Leave A Reply

Your email address will not be published.