ମଦନପୁରରେ ପାଇକ ସମାଜର ପଲ୍ଲୀ କମିଟି ଗଠିତ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ପାଇକ ସମାଜର ନୂତନ ପଲ୍ଲୀ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରୂପେ ଯୁଧିଷ୍ଠିର ବାଣୁଆଁ ନିର୍ଵାଚିତ ହୋଇଥିବା ବେଳେ, ଉପସଭାପତି ଗାନ୍ଧୀ ଦଣ୍ଡିଆ, ସମ୍ପାଦକ କେଶବ ଦଣ୍ଡିଆ, ସହ-ସମ୍ପାଦକ ପ୍ରେମାନନ୍ଦ ମାଝୀ, ଚାଲାନ ଭାବେ ଧୁବା ବାଣୁଆଁ, ଉପମଣ୍ଡଳ ସଦଶ୍ୟ ସୁଦର୍ଶନ ଦଣ୍ଡିଆ, କାର୍ଯ୍ୟକାରୀ କମିଟି ସଦଶ୍ୟ ଭାବେ ବିଶ୍ଵାମିତ୍ର ଦଣ୍ଡସେନା, ବିରାଟ ମୁଣ୍ଡଛିନା, ଭୀମସେନ ଧଙ୍ଗଡ଼ାମାଝୀ, ମନୁ ଦିହାରି ଓ ଜଗଦୀଶ ବିଶିଙ୍କୁ ମନୋନୀତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ସମାଜ କର୍ମୀମାନେ ଉପସ୍ଥିତ ରହି ସମାଜର ଉର୍ଣ୍ଣତି ମୂଳକ କାମ ଉପରେ ଆଲୋଚନା କରିଥିଲେ । ନିର୍ବାଚନ ଦାୟିତ୍ୱରେ ସନ୍ତୋଷ ଦୁବେ ଓ ଲଳିତ ମହାଳିକ କାର୍ଯ୍ୟ ତୁଲେଇ ଥିଲେ ।

Leave A Reply

Your email address will not be published.